୫ ମାସର ଦରମା ଦାନ କରି ଜନକଲ୍ୟାଣ ପାଣ୍ଠି ‘ଭରସା’ ଗଢିଲେ ସାଂସଦ ଅପରାଜିତା

ଲୋକଙ୍କ ସୁଖ ଦୁଃଖରେ ଭାଗିଦାରୀ ହେବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନକଲ୍ୟାଣ ପାଣ୍ଠି ‘ଭରସା’ ଆରମ୍ଭ କରିଛନ୍ତି। ଏଥିରେ ଅପରାଜିତା ତାଙ୍କ ୫ ମାସର ଦରମା ଦାନ କରିଛନ୍ତି।ଅନେକ ସାମାଜିକ ସଂଗଠନ ବି ସାଂସଦଙ୍କ ସହ ହାତ ମିଶାଇ ଜନସେବା ପାଇଁ ଆଗଭର ହୋଇଛନ୍ତି।

ଏହା ଦୁର୍ଘଟଣା ଜନିତ ସହାୟତା ସହ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଭରସା ଓ ଗରିବ ଲୋକଙ୍କ ପାଇଁ ସହାୟ ହୋଇପାରିବ। ଏହା ବାଦ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଦୁସ୍ଥ ଲୋକଙ୍କ ପାଇଁ ଭରସା କାମ କରିବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

Spread the love