ISI ଟାର୍ଗେଟରେ ପଞ୍ଜାବ ଗୁଇନ୍ଦା ବିଭାଗର ଆଲର୍ଟ

ନୂଆଦିଲ୍ଲୀ : ପଞ୍ଜାବକୁ ଦୋହଲାଇବାକୁ ବଡ ଯୋଜନା କରୁଛି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ । ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏକ ବଡ଼ ଷଡଯନ୍ତ୍ର ରଚିଛି ବୋଲି ଗୁପ୍ତଚର ସଂସ୍ଥା ଏକ ସତର୍କ ସୂଚନା ଜାରି କରିଛି । ପଞ୍ଜାବ ଏବଂ ପଞ୍ଜାବକୁ ଲାଗିରହିଥିବା ରାଜ୍ୟଗୁଡ଼ିକରେ ରେଲୱେ ଟ୍ରାକକୁ ଉଡ଼ାଇବା ପାଇଁ ଆଇଏସଆଇ ଅପରେଟିଭ୍ ଯୋଜନା କରିଛନ୍ତି । ଇଣ୍ଟେଲିଜେନ୍ସ ଏଜେନ୍ସିରେ ମଧ୍ୟ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ରେଳବାଇ ଟ୍ରାକକୁ ଟାର୍ଗେଟ କରିବା ପାଇଁ ଆଇଏସଆଇ ଭାରତରେ ଉପସ୍ଥିତ ଥିବା ଅପରେଟିଭ୍ ମାନଙ୍କୁ ବହୁ ପରିମାଣରେ ଅର୍ଥ ପ୍ରଦାନ କରୁଛି । କେବଳ ଏତିକି ନୁହେଁ, ରେଳବାଇ ଟ୍ରାକକୁ ଟାର୍ଗେଟ କରିବା ପାଇଁ ଭାରତରେ ଉପସ୍ଥିତ ଥିବା ସ୍ଲିପର୍ ସେଲକୁ ବହୁ ପରିମାଣର ଅଫର ଦିଆଯାଉଛି ।

Spread the love