କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ୬ ମୃତ

ଭଞ୍ଜନଗର ୨୫।୦୫: କଳିଙ୍ଗା ଘାଟିରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍ । ୬ ମୃତ, ୩୦ରୁ ଅଧିକ ଗୁରୁତର। ମୃତକଙ୍କ ମଧ୍ୟରେ ୪ଜଣ ମହିଳା ରହିଛନ୍ତି l ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦୁର୍ଗାପ୍ରସାଦରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ, ପଶ୍ଚିମବଙ୍ଗର ହାୱାଡା ଉଦନପୁର ଥାନା ଅଂଚଳରୁ ୭୭ଜଣ ଯାତ୍ରୀ ଜଣଙ୍କୁ ନେଇ ଏକ ବସ୍ ପିକନିକ ପାଇଁ ଦାରିଙ୍ଗବାଡି ଆସିଥିଲା l ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ ୭୭ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିଲା । ପିକନିକ ସାରି ସମସ୍ତେ ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଫେରୁଥିବା ବେଳେ ଘାଟି ତଳ ଅଂଚଳର ଦୁର୍ଗାପ୍ରସାଦ ଠାରେ ବସଟିର ବ୍ରେକ ପାଇପ ଫାଟିଯିବା ହେତୁ ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ଯାଇଥିଲା l ଯାହାଫଳରେ ଏହି ଦୁଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବେଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି ।

ସେପଟେ ଭଞ୍ଜନଗର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଏକ ହାଇଡ୍ରା ମେସିନ ସାହାଯ୍ୟରେ ମୃତାହତଙ୍କ ଉଦ୍ଧାର କରିଛନ୍ତି। ଗୁରୁତର ଓ ଆହତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି l କିଛି ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗର ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Spread the love