ଜର୍ସିରେ ନମୋ ଲେଖାଇ ସଂସଦ ଆସିଲେ ସାଂସଦ : ମୋଦି କହିଲେ ଭଲ ଦିଶୁଛ

ଜର୍ସିରେ ନମୋ ଏଗେନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଫ୍ୟାନମାନଙ୍କ ଅଭିନବ ପ୍ରୟାସ । ନିକଟରେ ଜଣେ ସାଂସଦ ତାଙ୍କ ଜର୍ସିରେ ନମୋ ପ୍ରିଣ୍ଟ କରାଇଛନ୍ତି । ଜର୍ସିରେ ନମୋ ଏଗେନ ଲେଖାରହିଛି । ତାହା ସମସ୍ତଙ୍କ ତଦୃଷ୍ଟି ଆକର୍ଷଣ କରିଥିଲା ।  ବିଜେପି ସାଂସଦ ଅନୁରାଗ ଠାକୁର  ତାଙ୍କ ଜର୍ସିରେ ନମୋ ଏଗେନ ପ୍ରିଣ୍ଟ କରାଇ ସଂସଦ ଆସିଥିଲେ । ପିନ୍ଧିଥିବା ଏକ ଟି-ଶାର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଶ୍ରୀ ଠାକୁର ପିନ୍ଧିଥିବା ଟି-ଶାର୍ଟର ସାମ୍ନାରେ ଏବଂ ପଛରେ ନମୋ ଏଗେନ୍‌ ବା ନମୋ ପୁଣିଥରେ ବୋଲି ଲେଖା ହୋଇଥିଲା। ଏହି ଫଟୋଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଟ୍ୱିଟ୍‌ କରିଛନ୍ତି। ସେ ଏହା ଭଲ ଦିଶୁଛି ବୋଲି କହିବା ସହ ଶ୍ରୀ ଠାକୁରଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

Spread the love