ରାଜ୍ୟପାଳଙ୍କ ଦ୍ୱାରା ସୋଆ ପ୍ରଫେସରଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରଫେସର ଶିଶିରକାନ୍ତ ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକକୁ ବୁଧବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନ ଠାରେ ଉନ୍ମୋଚିତ କରିଛନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଏଗ୍ରିକଲ୍ଚରାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ମୁଖ୍ୟ ପ୍ରଫେସର ବେହେରାଙ୍କ ଦ୍ୱାରା ଲିଖିତ ତିନୋଟି ପୁସ୍ତକ “ଗ୍ରୀନ ହାଉସ୍ ଟେକ୍ନୋଲୋଜି”, “ଫାର୍ମ ମେସିନାରୀ ଆଣ୍ଡ ଇକ୍ୟୁପମେଂଟସ୍ “ ଏବଂ “ରିନ୍ୟୁଏବଲ ଏନର୍ଜି ଫର୍ ଡେଭ୍ଲପ୍ମେଂଟ” ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଉନ୍ମୋଚନ ସମୟରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଫେସର ବେହେରାଙ୍କ ଉଦ୍ୟମକୁ ପ୍ରଶଂସା
କରିବା ସହ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରି ଅନେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ । ଏହି ତିନୋଟି ପୁସ୍ତକ ଦିଲ୍ଲୀର ପ୍ରକାଶନୀ ସଂସ୍ଥା ଆକି ନିକ୍ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି । ଏହି ତିନୋଟି ପୁସ୍ତକ ମୁଖ୍ୟତଃ କୃଷକ, କୃଷି ଶିଳ୍ପ ଉଦ୍ୟୋଗୀ, କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ପ୍ରଫେସର ବେହେରା କହିଛନ୍ତି ।