ସ୍ବପ୍ନ ବି ଦେଇଥାଏ ସଙ୍କେତ

ସ୍ବପ୍ନ ବି ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଦିଏ କି ସଙ୍କେତ ଦେଇଥାଏ…

 ଜ୍ୟୋତିଷଶାସ୍ତ୍ର ଅନୁସାରେ, ଖୋଲା ଆଲମାରିର ସ୍ବପ୍ନ ଦେଖିଲେ ଏହା ଧନହାନିର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।

ସେହିପରି ସ୍ବପ୍ନରେ କିଛି ଶସ୍ୟ ଦେଖିବା ଚିନ୍ତାଗ୍ରସ୍ତର ସଙ୍କେତ ଦେଇଥାଏ।

ଲୁଗାକାନିରେ ଲୁହ ପୋଛିବାର ସ୍ବପ୍ନ ଦେଖିବା ଆଗକୁ ଭଲ ସମୟ ଆସିବାର ସୂଚନା ଦେଇଥାଏ।

କୌଣସି ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଲେ ଆଗକୁ କିଛି ଅନିଷ୍ଟ ଘଟିବାର ସଙ୍କେତ ମିଳିଥାଏ।

ଆଇସ୍‌କ୍ରିମ୍‌ ଖାଇବାର ସ୍ବପ୍ନ ସୁଖଶାନ୍ତିରେ ରହିବାର ସୂଚନା ଦେଇଥାଏ।

ଯଦି ସ୍ବପ୍ନରେ କୌଣସି ଶିକ୍ଷକ ବା ଅଧ୍ୟାପକଙ୍କୁ ଦେଖନ୍ତି, ତା’ହେଲେ ଏହା ସଫଳତା ପ୍ରାପ୍ତିର ସଙ୍କେତ ଦିଏ।

ସେହିପରି ଅନ୍ଧକାର ବା ଅନ୍ଧାରୁଆ ସ୍ଥାନର ସ୍ବପ୍ନ ବିପତ୍ତିର ସୂଚନା ଦେଇଥାଏ।

ସ୍ବପ୍ନରେ ନିଆଁ ଦେଖିଲେ ଅସତ୍‌ ଉପାୟରେ ଟଙ୍କା ରୋଜଗାର କରିବାର ସଙ୍କେତ ମିଳିଥାଏ ।

ଆତ୍ମହତ୍ୟା କରୁଥିବାର ଦୃଶ୍ୟ ସ୍ବପ୍ନରେ ଦେଖିଲେ ଆୟୂଷ ବୃଦ୍ଧିର ସୂଚନା ମିଳେ।

ନିଜକୁ ଆକାଶରେ ଉଡୁଥିବାର ସ୍ବପ୍ନ ଯଦି କେହି ଦେଖନ୍ତି, ତା’ହେଲେ ଏହା ଉକ୍ତ ବ୍ୟକ୍ତିଙ୍କର ସଫଳତାପାପ୍ତିର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।

Spread the love