ହ୍ବାଟ୍ସଆପ୍‌ରେ ବାର୍ତ୍ତା ସଂଶୋଧନ ସୁବିଧା

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଏକ ଲୋକପ୍ରିୟ ଆପ। ବାର୍ତ୍ତା ପ୍ରେରଣ    ପାଇଁ ବହୁଳ ବ୍ୟବହୃତ ହ୍ବାଟ୍ସଆପ୍‌ରେ ଏବେ ଆଉ କେତେକ ନୂଆ ସୁବିଧା ଉପଲବ୍ଧ ହେବାକୁ ଯାଉଛି। ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ ଆଗକୁ ପଠାଇ ସାରିଥିବା ବାର୍ତ୍ତାକୁ ସଂଶୋଧନ (ଏଡିଟ୍‌) କରିବାର ସୁବିଧା ପାଇପାରିବେ। ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍‌ରେ ଯେଉଁ ବାର୍ତ୍ତାକୁ ଥରେ ପଠାଯାଇ ସାରିଛି ତାକୁ ଏଡିଟ୍ କରିବାର ସୁବିଧା ନାହିଁ। ୱାବେଟାଇନଫୋ ଦ୍ବାରା ବିକଶିତ କରାଯାଇଥିବା ଏହି ଫିଚର ଅନୁଯାୟୀ ପ୍ରେରିତ ବାର୍ତ୍ତାକୁ ଜଣେ ସିଲେକ୍ଟ କରିବା ପରେ ଏଥିରେ ଏଡିଟ୍ ଅପସନ ଆସିବ ଯାହାଦ୍ୱାରା ଜଣେ ପ୍ରେରିତ ବାର୍ତ୍ତାରେ ବନାନ (ସ୍ପେଲିଙ୍ଗ) ତ୍ରୁଟିକୁ ସଂଶୋଧନ କିମ୍ବା ଅନ୍ୟ ତଥ୍ୟକୁ ସଂଯୋଗ କରିପାରିବେ।

Spread the love