ଓଲଟି ପଡିଲା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଶୋଭା ବଢାଉଥିବା ୩୦ ଫୁଟର ଡାଇନୋସର୍, ଖର୍ଚ୍ଚ ହୋଇଥିଲା ୨ କୋଟି

ଗୁଜରାତର ନର୍ମଦା ଜିଲ୍ଲାରେ ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ଯୁ ଅଫ ୟୁନିଟି’ ଅବସ୍ଥିତ । ଏହି ଷ୍ଟାଚ୍ଯୁ ପାଖରେ ଏକ ବଡ ଡାଇନୋସର ଆକୃତି ମଧ୍ଯ ଥିଲା । ଏହି ମୂର୍ତ୍ତି ପ୍ରାୟ ୧ ମାସ ଧରି ନିର୍ମାଣ କରାଯାଇଥିଲା ଏବଂ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରାୟ ୩୦ ଫୁଟ ଉଚ୍ଚର ଏହି ମୂର୍ତ୍ତିଟି ଗତକାଲି(୮ ସେପ୍ଟେମ୍ବର) ଭୁଷୁଡି ପଡିଛି ।

ସାଧୁ ପାହାଡ ଉପରେ ଠିଆ ହୋଇଥିବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସହିତ ଗୁଜରାତ ସରକାର ଅନ୍ଯ କିଛି ଆକର୍ଷଣୀୟ ଜିନିଷ ମଧ୍ଯ ନିର୍ମାଣ କରିଥିଲେ । ଏହି ଡାଇନୋସର ଏହାର ଏକ ଅଂଶ ଥିଲା । ତେବେ ସୌଭାଗ୍ଯ ବଶତଃ ଏହି ମୂର୍ତ୍ତି ଭାଙ୍ଗି ପଡିବାବେଳେ ସେଠାରେ କେହି ନଥିଲେ ଏବଂ କାହାର କିଛି କ୍ଷତି ହୋଇନି । କହିରଖୁଛୁ ସରକାର ଏଠାରେ ଏକ ମ୍ଯୁଜିୟମ୍ ମଧ୍ଯ ନିର୍ମାଣ କରିଛନ୍ତି । ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏସବୁ ନିର୍ମାଣ କରାଯାଇଛି । ତେବେ ମୂର୍ତ୍ତିଟି ଭାଙ୍ଗିବା ପରେ ଏହାର ନିର୍ମାଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

Spread the love