କେରଳରେ ସ୍ୱାଇନ ଫ୍ଲୁ

କେରଳ : ଥମିଯାଇଥିବା ସ୍ୱାଇନ ଫ୍ଲୁ ପୁୁଣି କେରଳରେ ପାଦ ରଖିଲାଣି। କୋଝିକୋଡ ଜିଲ୍ଲାରେ ଜଣେ ୧୨ ବର୍ଷୀୟା ବାଳିକାଙ୍କର ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଯୋଗୁ ଗତ ରବିବାର  ମୃତ୍ୟୁ ହୋଇଥିବା ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ହେଲେ ତାଙ୍କ ନମୁନା ପରୀକ୍ଷା ପରେ ଜଣାପଡିଥିଲା କି ସେ ଏଚ୧ଏନ୧ ଭୂତାଣୁରେ ପଡ଼ିତ ଥିଲେ ।ତାଙ୍କ ଜାଆଁଳା ଭଉଣୀ ବି ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ଏକ ସରକାରୀ ହସ୍ପିଟାଲରେ କରାଯାଉଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ, ଏବେ ଛୁଟି କଟାଇବାକୁ ଉଭୟ ଭଉଣୀ ପଡୋଶୀ ରାଜ୍ୟକୁ ଯାଇଥିଲେ । ତେବେ ଅନ୍ୟ ଜଣଙ୍କର ସ୍ୱାସ୍ଥ୍ୟ ସାମାନ୍ୟ ଥିବା କୁହାଯାଉଛି ।

Spread the love