ବିଜୟଶ୍ରୀ ରାଉତରାୟଙ୍କ ଶ୍ରାଦ୍ଧବାର୍ଷୀକି ସଭା ଅନୁଷ୍ଠିତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ସ୍ଥାନୀୟ ନୀଳମଣି ଟାଉନ୍ ହଲ୍ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁରର ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟଶ୍ରୀ ରାଉତ ରାୟଙ୍କ ଶ୍ରାଦ୍ଧ ଦିବସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇ ଯାଇଛି। ବିଜୟଶ୍ରୀ ରାଉତରାୟ ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜୟଶ୍ରୀଙ୍କ କନିଷ୍ଠ ପୁତ୍ର ବାଧାୟକ ବିଷ୍ଣୁବ୍ରତ ରାଉତ ରାୟଙ୍କ,ନିବେଦିତା ବେହେରାଙ୍କ ସମେତ ଅନେକ ଶିକ୍ଷାବିତ୍, ସମାଜ ସେବୀ ମାନେ ଉପସ୍ଥିତ ରହି ପୂର୍ବତନ ମନ୍ତ୍ରୀ ଙ୍କ ବିଷୟରେ ଅନେକ କଥା ଆଲୋଚନା ରଖିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

 

Spread the love