ଆସିଲା IIFA ଆୱାର୍ଡର ୱିନର ଲିଷ୍ଟ, ଜାଣନ୍ତୁ କାହାକୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀର ପୁରସ୍କାର

ନୂଆଦିଲ୍ଲୀ  : ନିକଟରେ ଅନେକ ବଲିଉଡ ସେଲିବ୍ରିଟି IIFA ଆୱାର୍ଡ ପାଇଁ ଆବୁଧାବିକୁ ଯାଇ ଇଭେଣ୍ଟରେ ଯୋଗ ଦେଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା।ଏହି ସମୟରେ ଆୱାର୍ଡ ପାଇଥିବ ବିଜେତା ତଥା କଳାକାରଙ୍କ ନାମ ଘୋଷଣା କରାଯାଇଛି। ତାହାର ଲିଷ୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି ।ଆସନ୍ତୁ ଜାାଣିବା-

ବେଷ୍ଟ ପ୍ଲେ-ବ୍ୟାକ୍‌ ସିଙ୍ଗର – ପୁରୁଷ- ମହିଳା

ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନାଟିୟାଲ୍ ରାତା ଲାମ୍ବିଆ (ଶେରଶାହ) ପାଇଁ ଶ୍ରେଷ୍ଠ ପୁରୁଷ ପ୍ଲେ-ବ୍ୟାକ୍‌ ସିଙ୍ଗର ଆୱାର୍ଡ ପାଇଛନ୍ତି। ଏହି ସମୟରେ, ବେଷ୍ଟ ଗାୟିକା ଆସିସ୍ କୌର ପାଇଛନ୍ତି।

ବେଷ୍ଟ ଡେବ୍ୟୁ ଆୱାର୍ଡ – ପୁରୁଷ -ମହିଳା

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଫିଲ୍ମ ତାଡାପ ପାଇଁ ଶ୍ରେଷ୍ଠ ଡେବ୍ୟୁ ଆୱାର୍ଡ ପାଇଥିବା ବେଳେ ଅଭିନେତ୍ରୀ ଶାଭାରୀ ୱାଗ୍ ତାଙ୍କ ଫିଲ୍ମ ‘ବଣ୍ଟି ଅର ବବଲି ୨’ ପାଇଁ ଆୱାର୍ଡ ପାଇଛନ୍ତି।

ବେଷ୍ଟ ସପୋର୍ଟିଂ ରୋଲ୍-ମହିଳା -ପୁରୁଷ

ଏହି ସପୋର୍ଟିଂ ରୋଲ୍‌ ପାଇଁ ଶ୍ରେଷ୍ଠ ଅଭିନେତା (ପୁରୁଷ) ପଙ୍କଜ ତ୍ରିପାଠୀ ଚଳଚ୍ଚିତ୍ର ‘ଲୁଡୋ’ ପାଇଁ ଆୱାର୍ଡ ପାଇଥିବା ବେଳେ  ଅଭିନେତ୍ରୀ ସାଇ ତାମନକର ‘ମିମି’ ଫିଲ୍ମ ପାଇଁ ପାଇଥିଲେ।

ବେଷ୍ଟ ଷ୍ଟୋରୀ -ଅରିଜିନଲ୍ ଓ ଅପଡେଟ୍‌

ଚଳିତ ବର୍ଷର IIFA ବେଷ୍ଟ ଷ୍ଟୋରୀ ଟାଇଟଲ୍ ଅନୁରାଗ ବସୁଙ୍କ ଫିଲ୍ମ ‘ଲୁଡୋ’ ପାଇଁ ଜିତିଥିବା ବେଳେ ଶ୍ରେଷ୍ଠ କାହାଣୀ ପାଇଁ କବୀର ଖାନ ଏବଂ ସଞ୍ଜୟ ପୁରନ ସିଂ ଚୌହାନ ତାଙ୍କ ଫିଲ୍ମ ’83’ ପାଇଁ ପାଇଥିଲେ।

ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀ

ଅଭିନେତା ବିକି କୌଶଲ ତାଙ୍କ ଚଳଚ୍ଚିତ୍ର ସର୍ଦ୍ଦାର ଉଦ୍ଧମଙ୍କ ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତା ଆୱାର୍ଡ ପାଇଛନ୍ତି। ଅଭିନେତା ତାଙ୍କ ପୁରସ୍କାରକୁ ସ୍ୱର୍ଗତ ଅଭିନେତା ଇରଫାନ୍ ଖାନଙ୍କୁ ଡେଟିକେଟ୍‌ କରିଥିଲେ କାରଣ ଭିକିଙ୍କ ପୂର୍ବରୁ ଇରଫାନ୍ ହିଁ ଏହି ଭୂମିକାରେ ଅଭିନୟ କରିଥାନ୍ତେ। ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମ ‘ମିମି’ ପାଇଁ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ଆୱାର୍ଡ ଦିଆଯାଇଛି।

Spread the love