ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ଦାୟିତ୍ବ ଗ୍ରହଣ କଲେ ମାନସ ମଙ୍ଗରାଜ

ଓଡ଼ିଶାର ଗଣମାଧ୍ୟମ ସହ ଓତଃ ପ୍ରୁତଃ ଭାବେ ଜଡିତ ଥିବା ବିଜେଡିର ଯୁବ ନେତା ତଥା ଜଣେ ଦକ୍ଷ ସଂଗଠକ ହିସାବରେ ଜଣାଶୁଣା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେବା ପରେ ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ତାଙ୍କୁ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ତାହାକୁ ନିଷ୍ଠା ସହ ନିର୍ବାହ କରିବେ ବୋଲି ସୂଚନା ଦେଇଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି । ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ଵ ନେଉଥିଲେ । ଏବେ ସେ ସରକାରଙ୍କ ଗଣମାଧ୍ୟମ ନୀତି ଆଲୋଚନାରେ ଭାଗ ନେବା ସହ ନିଜର ପରାମର୍ଶ ଦେଇପାରିବେ। ତାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଛି ।

ସୂଚନା ମୁତାବକ ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି ଜଡିତ ଅଛନ୍ତି । ଦଳର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସୁଚାରୁରୂପେ ତୁଲାଇଛନ୍ତି । ନିର୍ବାଚନ ସମୟରେ ମଧ୍ୟ ଦଳ ପକ୍ଷରୁ ମିଳିଥିବା ବିଭିନ୍ନ ଦାୟିତ୍ବ କୁ ଅତି ସୁଚାରୁ ରୁପେ ନିର୍ବାହ କରି ସେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

Spread the love