ଚିପିଲିମା ସୈନକ ସ୍କୁଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡା ୦୫/୦୬: ସମ୍ବଲପୁର ଚିପିଲିମା ସ୍ଥିତ ସୈନିକ ସ୍କୁଲ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବିଶ୍ୱ ପରିବେଶ ଦିବସ ହୋଇଥିବାରୁ ପ୍ରଥମ ସ୍କୁଲରେ ପହଞ୍ଚି ବୃକ୍ଷରୋପଣ କରିଥିଲେ ।

ସୈନିକ ସ୍କୁଲର ଶିକ୍ଷକ ଓ ଅଧିକାରୀଙ୍କ ସହିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଦିଆଯାଉଥିବା ଶିକ୍ଷାଦାନ ଓ ଟ୍ରେନିଂ ବିଷୟରେ ଆଲୋଚନା କରିଛନ୍ତି । ଏହା ସହିତ ସ୍କୁଲ କ୍ୟାମ୍ପସ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି ପରଖିଛନ୍ତି ।

ଓଡ଼ିଶାର ଏହା ଦ୍ଵିତୀୟ ସୈନିକ ସ୍କୁଲ ହୋଇଥିବା ବେଳେ ଜାତୀୟ ସ୍ଥରରେ ମଧ୍ୟ ନା ରଖିଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କର ଏହି ସୈନିକ ସ୍କୁଲ ପ୍ରଥମ ପରିଦର୍ଶନ ହୋଇଥିବା ବେଳେ ଏହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ତଥା କର୍ମଚାରୀ ମାନଙ୍କୁ ଆହୁରି ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବ ବୋଲି ବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି ।

Spread the love