ଭୟାନକ ଆର୍ଥିକ ସଙ୍କଟରେ ଭାରତ, ମୋଦୀଙ୍କୁ ମନମୋହନ ସିଂହ ଦେଲେ 5ଟି ଉପାୟ

ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଚାକିରି ଦେଉଥିବା ସଂସ୍ଥାମାନଙ୍କୁ ମଜଭୁତ କରିବାକୁ ପଡିବ ବୋଲି ସେ କହିଛନ୍ତି। ଦୈନିକ ଭାଷ୍କରକୁ ଦେଇଥିବା  ସାକ୍ଷାତକାରରେ ସେ କହିଛନ୍ତି ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ 100 ଦିନ ପୁରା ଅବସରରେ ଅର୍ଥ ବ୍ୟବସ୍ଥା ଉପରେ  କଥା ହୋଇଛନ୍ତି । ଏହାସହ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ 5ଟି ବଡ ପଦକ୍ଷେପ ନେବାପାଇଁ କହିଛନ୍ତି ।

ପ୍ରଶ୍ନ- ଦେଶର ଅର୍ଥ ବ୍ୟବସ୍ଥା କିପରି ସୁଧୁରିବ

ଉତ୍ତର- ମୋଦି ସରକାରଙ୍କୁ ବହୁମତ  ଥରେ ନୁହେଁ ଦୁଇଥର ମିଳିଛି। ଯେତେବେଳେ ମୁଁ ଅର୍ଥମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଥିଲି ଏତେବଡ ଜନାଦେଶ ନଥିଲା । ଏହାସତ୍ତ୍ବେ ମଧ୍ୟ 1991ର ଆର୍ଥିକ ସଙ୍କଟ ଓ 2008ର ବିଶ୍ୱସ୍ତରୀୟ ଆର୍ଥିକ ସଙ୍କଟକୁ ପାର କରିଛୁ ।  ସରକାରଙ୍କୁ ଆର୍ଥିକ ବିଶେଷଜ୍ଞ ଓ ଷ୍ଟକ୍ ହୋଲ୍ଡରଙ୍କ ସହ କଥା ହେବା ଉଚିତ୍ । ଦୁର୍ଭାଗ୍ୟ ମୋଦି ସରକାରଙ୍କ କୌଣସି ପ୍ରୟାସ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନି ।

  • ଜିଏସଟି ତର୍କସଙ୍ଗତ କରିବାକୁ ପଡିବ । କିଛି ସମୟପାଇଁ ଟ୍ୟାକ୍ସ ନୁକସାନ ହେଲେ ସହିବାକୁ ପଡିବ ।
  • ଗ୍ରାମୀଣ ଆବଶ୍ୟକତାକୁ ବଝାଇବା ପାଇଁ କୃଷିକୁ ପୁନର୍ଜିବିତ କରିବା ପାଇଁ ଗୋଟିଏ ନୂଆ କୌଶଳ ବାହାରକରିବାକୁ ପଡିବ । କଂଗ୍ରେସର ଘୋଷଣା ପତ୍ରରେ ସେହି ବିକଳ୍ପ ଅଛି । ଯେଉଁଥିରେ କୃଷି ବଜାରକୁ ମୁକ୍ତ କରି ଲୋକଙ୍କ ପଇସା ଫେରାଯାଇପାରିବ ।
  • ପୁଞ୍ଜି ନିର୍ମାଣ ପାଇଁ କରଜ ଦୂର କରିବାକୁ ପଡିବ ।
  • କପଡା, ଅଟୋମୋବାଇଲ, ଇଲେକ୍ଟ୍ରିକ୍ସ ଏବଂ ଆବାସ ଭଳି ଚାକିରି କ୍ଷେତ୍ରକୁ ପୁନର୍ଜିବିତ କରିବାକୁ ପଡିବ । ଏଥିପାଇଁ ସହଜ କରଜ ବ୍ୟବସ୍ଥା କରିବାକୁ ପଡିବ ।
  • ଆମେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡଓ୍ବାରରୁ ବାହାରି ନୂଆ ବଜାରକୁ ଚିହ୍ନିବାକୁ ପଡିବ । ଧ୍ନରଖିବାକୁ ପଡିବ ଯେ ସାଇକ୍ଲିକ ଓ ଷ୍ଟଚରାଲ ସମସ୍ୟାକୁ ସମାଧାନ କରିବାକୁ ପଡିବ । ତେବେଯାଇ 3-4 ବର୍ଷ ବର୍ଷରେ ଉଚ୍ଚ ବିକାଶ ଫେରିପାଇବା ।
Spread the love