ଜଳୁଛି ଓଡିଶା, ପଶ୍ଚିମରେ ଅଗ୍ନିବର୍ଷା

ପଶ୍ଚିମରେ ଅଗ୍ନିବର୍ଷା। ସମସ୍ତ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ରବିବାର ଟିଟିଲାଗଡ଼ ସହରର ତାପମାତ୍ରା ୪୪.୬ ଡିଗ୍ରୀ ସହ ଉତ୍ତପ୍ତ ସହରରେ ପରିଣତ ହୋଇଛି। ତା ସହ ୫ ସହରରେ ପାରଦ ୪୪ ଡିଗ୍ରୀ ଛୁଇଁଥିବାବେଳେ ୩ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି। ୧୩ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଗାମୀ ୨ ଦିନ ପାଇଁ ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମଲହରୀ ଅନୁଭୂତ ହୋଇପାରେ। ତେବେ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି। ଦିନ ତାପମାତ୍ରା ୩୮ ଡିଗ୍ରୀ ତଳକୁ ଖସିଛି। ଆସନ୍ତା ୨୪ଘଣ୍ଟାରେ କିଛି ଜିଲ୍ଲାରେ ଝଡବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Spread the love