ସାଲେପୁରକୁ ‘ମୋ ବସ୍‌’ ସେବା

ସାଲେପୁର ୦୭।୦୬ : ଦାବି ହେବ ପୂରଣ । ଗମନାଗମନ ହେବ ଆହୁରି ସହଜ । ସାଲେପୁରରେ ଆରମ୍ଭ ହେବ ମୋ ବସ୍‌ ସେବା । ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ସହରକୁ ଯୋଗାଇଦେବାକୁ ଯାଉଛନ୍ତି ମୋ ବସ୍ ସେବା।

ଖବର ଅନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଯୋଗାଇ ଦେଉଛନ୍ତି ମୋ ବସ୍ ସେବା । ଯାହାଦ୍ୱାରା ଜନସାଧାରଣ ସୁବିଧାରେ କଟକରୁ ସାଲେପୁର ଯାତାୟାତ କରିପାରିବେ । ଏହି ସମସ୍ୟାକୁ ନେଇ ସାଲେପୁର ଜନସାଧାରଣ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜନସାଧାରଣଙ୍କ ସମସ୍ୟାକୁ ଗୁରୁତର ସହ ନେଇ ସ୍ଥାନୀୟ ବିଧାୟକ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ ।

ଏହାପରେ ବୁଧବାରଠାରୁ ଆରମ୍ଭ ହେବ ମୋ ବସ୍ ସେବା । ମୋ ବସ୍ କଟକରୁ ଜଗତପୁର ଗୋଲେଇ ଛକ ଦେଇ ସାଲେପୁରଠାରେ ପହଞ୍ଚିବ । ସେହିପରି ସାଲେପୁରଠାରୁ ଜଗତପୁର ଗୋଲେଇ ଛକ ଦେଇ କଟକ ଯିବ । ଯାହା ଦ୍ୱାରା ଜନସାଧାରଣ ସୁବିଧାରେ ଯାତାୟାତ କରିପାରିବେ । ମୋ ବସ୍ ସେବାର ରୁଟ୍ ୮୧ନଂ ରୁଟ୍ ଭାବେ ଘୋଷଣା କରାଯାଇଛି । ଯାହାକୁ ନେଇ ସାଲେପୁର ଜନସାଧାରଣ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love