ପୁରାଣ ଶାସ୍ତ୍ର କଥା ଉଠାଇଲେ ଓ ଭାରତ ଇତିହାସକୁ ସମ୍ପୂର୍ଣ୍ଣ ଭୁଲ କହିଲେ ପ୍ରତାପ ଷଡଙ୍ଗୀ

ଭାରତର ଇତିହାସ ସମ୍ପୂର୍ଣ୍ଣ ଭୁଲ ଅଟେ । ଅନେକ ବର୍ଷ ପୁରୁଣା ଭ୍ରମାତ୍ମକ ଇତିହାସରେ ସମସ୍ତଙ୍କୁ ବିଦେଶୀ ରୂପେ ଅଭିହିତ କରାଯାଇଛି । ଭାରତୀୟଙ୍କ ପାଇଁ ଇତିହାସର ପୁନଃଲିଖନ ଆବଶ୍ୟକତା ଅଛି । ଲୋକଙ୍କୁ ଭୀରୁ କରିବା ପାଇଁ ଅପଚେଷ୍ଟା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।  ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି ଭାରତର ଇତିହାସ ବିଷୟରେ କହିଛନ୍ତି । ଭାରତର ଇତିହାସ ସମ୍ପୂର୍ଣ୍ଣ ଭୁଲ ଅଟେ । ଭାରତୀୟଙ୍କ ପାଇଁ ଇତିହାସର ପୁନଃଲିଖନ ଆବଶ୍ୟକତା ଅଛି । ଅନେକ ବର୍ଷ ପୁରୁଣା ଭ୍ରମାତ୍ମକ ଇତିହାସରେ ସମସ୍ତଙ୍କୁ ବିଦେଶୀ ରୂପେ ଅଭିହିତ କରାଯାଇଛି । କେବଳ ଆଦିମ ଅଧିବାସୀ ଭାରତୀୟ ଓ ଅନ୍ୟ ସମସ୍ତେ ଗୋଷ୍ଠୀ ବିଦେଶୀ ବୋଲି ଇତିହାସରେ ବର୍ଣ୍ଣନା କରାଯାଇଛି । ଭାରତୀୟ ଇତିହାସରେ ବ୍ୟକ୍ତିଗତ ସମ୍ମିଶ୍ରଣ ବୈଦିକ କାଳରୁ ରହିଆସିଛି । ଭଗବାନ ବ୍ୟାସଦେବଙ୍କ ମା’ ଜଣେ ଧୀବର କନ୍ୟା ଓ ବାପା ବ୍ରାହ୍ମଣ ପରାଶର ମୁନୀ । ବ୍ୟାସଦେବ ବେଦର ରଚୟିତା ନୁହଁନ୍ତି ବରଂ ବେଦର ସଙ୍କଳକ । ବିଶ୍ୱର ସର୍ବଶ୍ରେଷ୍ଠ ଭକ୍ତି ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା ରଚନା କରିଛନ୍ତି ବ୍ୟାସଦେବ ।

ବୈଦିକ ସାହିତ୍ୟରେ ବ୍ରାହ୍ମଣର ଯେତିକି ଅଧିକାର ରହିଛି, ଆଦିବାସୀର ମଧ୍ୟ ସେତିକି ଅଧିକାର ରହିଛି । ସମାନତାର ମନ୍ତ୍ର ଆମର ପରମ୍ପରା ଅଟେ । ହେଲେ ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି । ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ସ୍ୱାଭାବିକ । ସେହିପରି ଇତିହାସରେ ହିନ୍ଦୁ ଓ ଶିଖ, ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ମଧ୍ୟରେ ଭିନ୍ନତା ଦର୍ଶାଇ ଭେଦଭାବ ସୃଷ୍ଟି କରାଯାଇଛି । ସାରା ଭାରତୀୟ ଭାଷା ସଂସ୍କୃତ ଉପରେ ଆଧାରିତ । ହେଲେ ସାରା ଦେଶରେ ନିଜ ନିଜ ଭାଷା ପାଇଁ ଭିନ୍ନ ଭିନ୍ନ ରାଜ୍ୟ ତଥା ଅଞ୍ଚଳରେ ବାଡ଼ିଆପିଟା ଚାଲିଛି । ସଂସ୍କୃତ ଆମର ମୂଳଭାଷା ଅଟେ । ସମସ୍ତ ଭାଷାର ସମାନତାର ସଂଯୋଜନା ହେଉଛି ସଂସ୍କୃତ ବୋଲି ପ୍ରତାପ କହିଛନ୍ତି ।

 

Spread the love