ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ

ଆଠଗଡ଼, ୦୭/୦୬: ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ । ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଜୟପୁର ଜଙ୍ଗଲରେ ଏହି ହାତୀଟି ବୁଲୁଥିବା ଦେଖିବାକୁ ମିଳିଛି । ଶିକାରୀମାନଙ୍କ ଗୁଳିମାଡ଼ରେ ହାତୀ ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଛି ।

ଅସୁସ୍ଥ ହାତୀର ବୟସ ୮ ରୁ ୧୦ ବର୍ଷ ହେବ ବୋଲି ଜଣାପଡ଼ିଛି । ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଆଘାତ ଲାଗିଛି । ନନ୍ଦନକାନନ ଟିମ ଦ୍ୱାରା ଚିକିତ୍ସା ହେବ । ପ୍ରାଥମିକ ପର୍ଯ୍ୟାୟରେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ହାତୀଟିର ଚିକିତ୍ସା କରିଛନ୍ତି । ଏକ ମାସ ହେବ ଏହିପରି କ୍ଷତ ବିକ୍ଷତ ଅବସ୍ଥାରେ ହାତୀଟି ଜଙ୍ଗଲରେ ବୁଲୁଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

Spread the love