୧୦୦ଟଙ୍କା ଯଥେଷ୍ଟ ନୁହେଁ, କ୍ବିଣ୍ଟାଲ ପିଛା ଦେଢ ଗୁଣ ବୃଦ୍ଧି କରାଯାଉ ଏମଏସପି : ସସ୍ମିତ ପାତ୍ର

ଭୁବନେଶ୍ବର ୯: କ୍ବିଣ୍ଟାଲ ପିଛା ଏମଏସପି ୧୦୦ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏଭଳି ଅଭିଯୋଗ ଆଣିଛନ୍ତି । ସସ୍ମିତ କହିଛନ୍ତି, କ୍ବିଣ୍ଟାଲ ପିଛା ଏମଏସପି ୨୯୩୦ଟଙ୍କା କରାଯାଉ ବୋଲି ବିଜେଡି ଅନେକ ଥର ଦାବି କରିଛି । ଏମଏସପିକୁ ଦେଢ଼ ଗୁଣ ବୃଦ୍ଧି କରାଯାଉ ବୋଲି ସସ୍ମିତ କହିଛନ୍ତି ।

ସେ ଆହୁରି କହିଛନ୍ତି, ବଳକା ଉଷୁନା ନେବେ ନାହିଁ ବୋଲି ମନା କଲା କେନ୍ଦ୍ର । ଏହା ଯଦି କରାଯାଏ ତେବେ ବିଶେଷ ଅସୁବିଧା ହେବ। ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିଛନ୍ତି । ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ତୁରନ୍ତ କେନ୍ଦ୍ର ସରକାର କିଣନ୍ତୁ । ୧୦୩୩୪ କୋଟି ଟଙ୍କାର ସବସଡ଼ି ବାକି ରହିଛି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାହା ଦେଇନାହାନ୍ତି । ସବସିଡି ବିଳମ୍ବ ଯୋଗୁଁ ରାଜ୍ୟ ସରକାର ଯେଉଁ ସୁଧ ଦେଉଛନ୍ତି, ସେ ସୁଧ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଦାନ କରନ୍ତୁ ବୋଲି ସସ୍ମିତ କହିଛନ୍ତି ।

Spread the love