ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପ୍ରାର୍ଥିପତ୍ର କେବଳ ଦିଲ୍ଲୀରେ ମିଳିବ। ଆଉ ସେହିଠାରେ ହିଁ ଦାଖଲ କରିବାକୁ ପଡିବ। ଜଣେ ପ୍ରାଥୀଙ୍କୁ ପ୍ରାର୍ଥିପତ୍ର ସହ ୫୦ ଜଣ ପ୍ରସ୍ତାବକ ଦେବାକୁ ପଡିବ। ୫୦ ପ୍ରସ୍ତାବକ ଓ ୫୦ ସମର୍ଥକ ନେଇ ନାମାଙ୍କନ କରିବାକୁ ପଡିବ। ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ୭୦୦ ହେବ। ସେହିପରି ପ୍ରତି ବିଧାୟକଙ୍କ ମୂଲ୍ୟ ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ରହିବ। ଆସନ୍ତା ଜୁଲାଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଛି। ଜୁଲାଇ ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ। ଜୁଲାଇ ୨୧ ତାରିଖରେ ହେବ ଭୋଟ୍ ଗଣତି । ଜୁନ୍ ୧୫ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ୍ ୨୯ ନାମାଙ୍କନ ଦାଖଲର ଶେଷ ଦିନ, ଜୁନ୍ ୩୦ ନାମାଙ୍କନ ଯାଞ୍ଚ । ଜୁଲାଇ ୨ ଯାଏ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏନେଇ ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

Spread the love