ଦାୟିତ୍ୱ ଗ୍ରହଣ କଲେ ନବନିଯୁକ୍ତ ପିସିସି ସଭାପତି,,

ଭୁବନେଶ୍ବର : ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟି ଭୁବନେଶ୍ବର ଫେରିବା ପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ଆଣିବା ଲାଗି ବିମାନ ବନ୍ଦରରୁ କଂଗ୍ରେସ ଭବନ ଯାଏ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା। କଂଗ୍ରେସ ଭବନରେ ମଧ୍ୟ ସମାବେଶର ଆୟୋଜନ ହୋଇଥିଲା। କର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ସମାବେଶରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସମେତ ଜିଲ୍ଲାସ୍ତରରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଗତ ୨୨ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ବିରୋଧରେ କଂଗ୍ରେସ ନେତୃବୃନ୍ଦ ବର୍ଷିଥିଲେ। ଆସନ୍ତା ୨୦୨୪ରେ କିଭଳି କଂଗ୍ରେସ ଓଡ଼ିଶାରେ ବିଜେଡି ସରକାରକୁ ଗାଦିଚ୍ୟୁତ କରି ଶାସନକୁ ଫେରିବ ତାହାର ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ଉପରେ ଜୋର ଦିଆଯାଇଛି।ଦାୟିତ୍ବ ଗ୍ରହଣ କରିବା ପରେ ଶରତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଥିଲେ ଯେ ଗତ ୨୨ବର୍ଷ ଧରି ବିଜେଡି ସରକାର ଶାସନରେ ରହିଛି। ବିଜେଡି ସହ ୯ବର୍ଷ ପାଇଁ ବିଜେଡି ମେଣ୍ଟ ସରକାର ରହିଥିଲା। ଏତେ ବର୍ଷ ଶାସନରେ ଥିଲେ ବି ଓଡ଼ିଶାର ଉନ୍ନତି ହୋଇନାହିଁ। ଓଡ଼ିଶାର ଲକ୍ଷ ଲକ୍ଷ ଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। କଳ କାରଖାନା ବସିଲା ନାହିଁ କି ଜଳସେଚନର ସୁବିଧା ହେଲାନାହିଁ। ପ୍ରତିବର୍ଷ ୨ଲକ୍ଷ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଥିଲେ।

Spread the love