ଭାରତୀୟ ମଦର ଚାହିଦା, ଗୋଟିଏ ବର୍ଷରେ ୨.୪୭ ଲକ୍ଷ ଟନ୍‌ ରପ୍ତାନୀ

ନୂଆଦିଲ୍ଲୀ, ୧୧/୦୬: ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତ ୩୨.୨୧ କୋଟି ଡଲାର୍‌ ଅର୍ଥାତ ୨୫୦୭ କୋଟି ଟଙ୍କାର ୨.୪୭ ଲକ୍ଷ ଟନ୍‌ ମଦ ଏବଂ ବିଅର ସମେତ ଆଲକହଲ୍‌ ପ୍ରଡକ୍ଟର ରପ୍ତାନୀ କରିଛି । ବାଣିଜ୍ୟିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ମନ୍ତ୍ରଣାଳୟ ଅନୁସାରେ ମଦ ରପ୍ତାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ ବା ୟୁଏଇ, ଘାନା, କାଙ୍ଗୋ ଏବଂ କୈମରୁନ୍‌ ସାମିଲ୍‌ ରହିଛନ୍ତି ।

ଗ୍ଲୋବାଲ୍‌ ମାର୍କେଟ୍‌ରେ ବିଭିନ୍ନ ଶସ୍ୟ ମଞ୍ଜିରୁ ପ୍ରସ୍ତୁତ ବିଅର, ୱାଇନ୍‌, ହ୍ୱାଇଟ୍‌ ୱାଇନ୍‌, ବ୍ରାଣ୍ଡି, ହ୍ୱିସ୍କି ଏବଂ ରମ୍‌ ଭଳି ଭାରତୀୟ ପ୍ରଡକ୍ଟର ଚାହିଦା ବହୁଗୁଣରେ ବୃଦ୍ଧି ପାଇଛି । କୃଷିଜାତ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନୀ ଉନ୍ନତିକରଣ ଅଥୋରିଟି ବା ଏପିଡା ଆଞ୍ଚଳିକ ୱାଇନ୍‌ର କ୍ଷମତା ବିଷୟରେ ସଚେତନ କରିବା ପାଇଁ କେତେକ ଆନ୍ତର୍ଜାତିକ ଟ୍ରେଡ୍‌ ଫେୟାର୍‌ ଆୟୋଜନ କରିଛି ।

ମନ୍ତ୍ରଣାଳୟ ଏନେଇ କହିଛି ଭାରତୀୟ ମଦ ଇଣ୍ଡଷ୍ଟ୍ରି ୨୦୧୦ରୁ ୨୦୧୭ ମଧ୍ୟରେ ୧୪ ପ୍ରତିଶତ ଦରରେ ବୃଦ୍ଧି କରିଛି । ଏଥିସହିତ ଏହି ଇଣ୍ଡଷ୍ଟ୍ରୀ ମଦ କ୍ୟାଟେଗୋରୀରେ ସବୁଠାରୁ ଅଧିକ ବେଗରେ ବୃଦ୍ଧି ପାଉଥିବା ଇଣ୍ଡଷ୍ଟ୍ରୀ ହୋଇଛି । ତେବେ ଭାରତୀୟ ୱାଇନର ରପ୍ତାନୀ ବୃଦ୍ଧି କରିବା ପାଇଁ ଏପିଡା ଲଣ୍ଡନ ୱାଇନ୍‌ ଫେୟାର, ୨୦୨୨ରେ ଦେଶର ୧୦ ଟି ୱାଇନ୍‌ ଏକ୍ସପର୍ଟଙ୍କୁ ଭାଗ ନେବାକୁ ସୁଯୋଗ ପ୍ରଦାନ କରୁଛି ।

Spread the love