ଆର ପାରିରେ ସାରଦା ପ୍ରସାଦ ରାୟ

ଭଦ୍ରକ: ଆଉ ନାହାନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ସମ୍ମାନିତ ଶିକ୍ଷକ ସାରଦା ପ୍ରସାଦ ରାୟ।ଶ୍ରୀଯୁକ୍ତ ରାୟ ୯୭ ବର୍ଷ ବୟସ ରେ ଆଜି ଅପରାହ୍ନ ୨ ଟା ସମୟ ରେ ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ତୁଳମତୁଳା ଗ୍ରାମର ବାସ ଭବନ ରେ ଇହ ଧାମ ତ୍ୟାଗ କରିଛନ୍ତି l ତାଙ୍କର ଚାରି ପୁତ୍ର ଓ ୨ ଝିଅ ଉପସ୍ଥିତ ଅଛନ୍ତି l ଉପ ଜିଲ୍ଲାପାଳ ମନୋଜ ପାତ୍ର, ତହସିଲଦାର ଅନୀତା ନାୟକ, ବିଡିଓ ସତ୍ୟଜିତ ରାଉତ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଥାନା ଅଧିକାରୀ ଅମିତ କୁମାର ଭୂୟାଁ,ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି l

Spread the love