ଦଶହରାରେ ଧୁମ୍ ମଚାଇବ  “ତୁ ମୋର ଗୁଡ୍ ମର୍ଣ୍ଣିଂ, ତୁ ମୋର ଗୁଡ୍ ନାଇଟ୍”

ଦମଦାର କାହାଣୀକୁ ନେଇ  ଆଗେଇ ଚାଲିଛି ଦିସ୍ ଇଜ୍ ମାୟାରେ ବାୟାର ସୁଟିଂ ।  ସାର୍ଥକ ମ୍ୟୁଜିକ୍ ତାର ୨୮ତମ ଚଳଚ୍ଚିତ୍ର ଦିଶ୍ ଇଜ ମାୟାରେ ବାୟା ଏଥର ଦଶହରାରେ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛି । ଓଡିଶାର ଜଣେ ସଫଳ ଓ ଆଗଧାଡିର  ନିର୍ଦ୍ଦେଶକ ସୁଶାନ୍ତ ମଣି  ଏହି ଫିଲ୍ମର ଦାୟିତ୍ୱଭାର ନିଜ କାନ୍ଧକୁ ନେଇଛନ୍ତି । ଓଡିଶାର କାହାଣୀକୁ  ସିନେମା ମାଧ୍ୟମରେ ଜୀବନ୍ତ କରାଇବା ତାଙ୍କ ନିର୍ଦ୍ଦଶନାର ଏକ ବଳିଷ୍ଠ ଉଦାହରଣ । ଯାହା ଫିଲ୍ମ ନିମକୀରେ ଦେଖିବାକୁ ମିଳିଥିଲା । ଓଡିଆ ସିନେମା ଜଗତରେ ଇତିହାସ ସୃଷ୍ଟି କରିପାରୁଥିବା ସୁଶାନ୍ତ ମଣିଙ୍କୁ  ପ୍ରଯୋଜକ ସୀତାରମ ଅଗ୍ରଓ୍ୱାଲ ଏହି ସିନେମାର ଭାର ଦେଇଛନ୍ତି । ତାଙ୍କର ବଳିଷ୍ଠ ନିର୍ଦ୍ଦେଶନାରେ  ସୁଟିଂ ଶେଷ ହୋଇଥିବା ଜଣାପଡିଛି l
 ମୁଖ୍ୟଭୂମିକାରେ ଅଛନ୍ତି ହ୍ୟାଣ୍ଡସୋମ୍ ହିରୋ ସ୍ୱରାଜ ବାରିକ ଓ ଚୁଲବୁଲି ନାୟିକା ଏଲିନା ଏବଂ ଝିଲିକ୍ । ତାଙ୍କ ଏଭରଗ୍ରୀନ ହିରୋ ସିଦ୍ଧାନ୍ତ ମହାପାତ୍ର ମଧ୍ୟ କମାଲ କରୁଛନ୍ତି । ଏହି ଫିଲ୍ମର ତୁ ମୋର ଗୁଡ୍ ମର୍ଣ୍ଣିଂ ଓ ତୁ ମୋର ଗୁଡ ନାଇଟ୍ ଗୀତଟି ସୁପରହିଟ୍  ହୋଇଥିବା ବେଳେ  ଏଥର ଦଶହରା ବଜାରରେ ଧୁମ୍ ମଚାଇବ ।
Spread the love