ଦକ୍ଷିଣ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର; ୨ଆତଙ୍କବାଦୀ ମୃତ

ଶ୍ରୀନଗର  : ଦକ୍ଷିଣ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ସଂଘର୍ଷରେ ୨ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସେନା ସଫଳ ହୋଇଛି। କୁଲଗାମର ଖାନ୍ଦିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବା ସୂଚନା ପାଇ ଯବାନମାନେ  ଗତ ଶୁକ୍ରବାର ରାତିରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ଜୋରଦାର୍ ହେବା ଦେଖି ଆତଙ୍କବାଦୀମାନେ ଗୁଳିକରିବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ସାରାରାତି ଚାଲିଥିବା ଏହି ସଂଘର୍ଷରେ ଯବାନମାନେ ହିଜବୁଲ ମୁଦାହିଦ୍ଦିନର ଆତଙ୍କବାଦୀ ରସିକ ଅହମଦକୁ ମାରିବାରେ ସଫଳ ହୋଇଥିଲେ। ମୃତ ଆତଙ୍କବାଦୀ ପାଖରୁ ୩ଟି ରାଇଫଲ, ହେଣ୍ଡ ଗ୍ରେନେଡ ପିସ୍ତଲ ଜବତ କରାଯାଇଛି। ହିଜବୁଲ୍ ଆତଙ୍କବାଦୀକୁ ମାରିବା ସହିତ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି ବୋଲି ପୋଲିସ କହିଛି।ସେହିପରି ପୁଲୱାମା ଜିଲ୍ଲାରେ ଦ୍ରବଗାମ ଅଞ୍ଚଳରେ ଗତକାଲି ଆତଙ୍କବାଦୀ ଲୁଚିଥିବା ଖବରପାଇ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କିମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିଲେ କିନ୍ତୁ ସତର୍କ ସୁରକ୍ଷାକର୍ମୀମାନେ ତାଙ୍କ ଚେଷ୍ଠାକୁ ବିଫଳ କରିଥିଲେ। ଯବାନଙ୍କ ପ୍ରତି ଆକ୍ରମଣରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ। ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଏବେ ତଲାସି ଅଭିଯାନ ଜାରି ରଖିଛନ୍ତି।

Spread the love