ଦିଲ୍ଲୀ-ଜୟପୁର ରାଜପଥରେ ଚାର୍ଜିଂ ପଏଣ୍ଟ୍‌

ନୂଆଦିଲ୍ଲୀ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେ(ବୈଦ୍ୟୁତିକ ରାଜପଥ )କୁ ମଞ୍ଜୁରୀ ମିଳିଛି। ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଦେଶର ପ୍ରଥମ ନିର୍ମାଣ ହେବାକୁ ଯାଉଛି। ଏହି ରାଜପଥର ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାର ଯୋଜନା ଅଛି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ଦିଲ୍ଲୀ-ଜୟପୁର ମଧ୍ୟରେ ପ୍ରଥମ ଇଲେକ୍ଟ୍ରିକ୍‌ ହାଇେଓ ନିର୍ମାଣ କରିବା ତାଙ୍କର ସ୍ବପ୍ନ।ଗଡକରୀ କହିଛନ୍ତି ଯେ ମଣିପୁର, ସିକିମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ କଶ୍ମୀରରେ ରୋପୱେ ସ୍ଥାପନ ପାଇଁ ସରକାର ଏପର୍ଯ୍ୟନ୍ତ ୪୭ ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପାଇଁ ୧.୯୯ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

Spread the love