ଭୁବନେଶ୍ୱର କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ

ଭୁବନେଶ୍ୱର :ଭୁବନେଶ୍ୱର  କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଲାଗିଛି । ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ଲାଗି ଲୋକଙ୍କ ପାଇଁ ବନ୍ଦ କରାଯାଇଛି ମଲ୍ ।ଖବର ଅନୁଯାୟୀ, ରଜ ପାଇଁ କେଶରୀ ମଲ୍‌ରେ ପ୍ରବଳ ଭିଡ ଲାଗିରହିଥିଲା । ହଠାତ୍‌ ଏହି ସମୟରେ କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମଲ୍‌ରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଯାହାକୁ ଶୁଣି ମଲ୍‌ରେ ଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ମଲ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଗତ ମାସରେ ମଧ୍ୟ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ହୋଇଥିଲା । ମଲ୍‌ର ୬ରୁ ୭ଟି ଶୋ ରୁମ୍‌ରେ ନିଆଁ ଲାଗିଥିଲା । ରାତି ପ୍ରାୟ ସାଢ଼େ ୧୨ ସମୟରେ ନିଆଁ ଲାଗିଥିବା ବେଳେ ୪୫ ମିନିଟ୍‌ର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

Spread the love