କ୍ଲାଉଡ୍‌ ସ୍କିଲ୍‌ସ ଟ୍ରେନିଂ

ନୂଆଦିଲ୍ଲୀ : ମାଗଣା କ୍ଲାଉଡ୍‌ କମ୍ପ୍ୟୁଟିଂ ଦକ୍ଷତା ବିକାଶ ଓ ଚାକିରି ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଅଗ୍ରଣୀ ଟେକ୍ନୋଲୋଜି କନ୍‌ସଲ୍‌ଟାନ୍ସି ଓ ଶିକ୍ଷା ପ୍ରଦାତା, କର୍ଭଅପ୍‌ ପକ୍ଷରୁ ଆମାଜନ୍‌ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ସହ ସହଭାଗିତା କରାଯାଇଛି। ଏହା ହେଉଛି ଏକ ୧୨ ସପ୍ତାହର ଟ୍ରେନିଂ ପ୍ରୋଗ୍ରାମ, ଯାହା ମୌଳିକ ଏଡବ୍ଲ୍ୟୁଏସ୍‌ କ୍ଲାଉଡ୍‌ ଦକ୍ଷତା ସହ ସାକ୍ଷାତ୍‌କାର ଦେବା, ରେଜ୍ୟୁମେ ଲେଖିବା, ଲୋକଙ୍କୁ ଏଣ୍ଟ୍ରି-ଲେଭେଲ୍‌ କ୍ଲାଉଡ୍‌ ଭୂମିକା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବା ଭଳି ପ୍ରାକ୍ଟିକାଲ କ୍ୟାରିୟର କୌଶଳଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। ଏହି ପ୍ରୋଗ୍ରାମ ଲିନକ୍ସ, ପାଇଥନ, ନେଟ୍‌ୱର୍କିଂ, ସିକ୍ୟୁରିଟି ଓ ରିଲେଶ୍‌ନାଲ ଡାଟାବେସ୍‌ଗୁଡିକ ପାଇଁ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛ ।

Spread the love