ସ୍ନାନଯାତ୍ରା ପ୍ରସ୍ତୁତି , ୫୨ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ ୧୩।୦୬: ଶେଷ ହେଲା ପୋଲିସ ସମୀକ୍ଷା ବୈଠକ। ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।

ସେହିପରି ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ପ୍ଲାଟୁନ ପୋଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ ଇନ୍ସପେକ୍ଟର, ୧ହଜାର କନଷ୍ଟେବଳ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଅଧିକ ସିସିଟିଭି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପୋଲିସ ଏଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କ ସୂଚନା ଦେଇଛନ୍ତି ।

Spread the love