ବାଲିଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷା

ବାଲେଶ୍ବର : ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ପରୀକ୍ଷା କରାଯାଇଛି। ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଏହି ପରୀକ୍ଷା କରାଯାଇଥିବା ବେଳେ ପରୀକ୍ଷା ସମ୍ପୂର୍ଣ୍ଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି। ନିର୍ଦିିଷ୍ଟ ସମୟରେ ପ୍ରାୟ ଶତ ପ୍ରତିଶତ ଲକ୍ଷ୍ୟ ଭେଦ କରିଥିବା ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି । ପୃଥ୍ବୀ-୨ କ୍ଷେପଣାସ୍ତ୍ର ୨୫୦ରୁ ୩୫୦ କିଲୋମିଟର ମଧ୍ୟରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । ଏହାର ଓଜନ ୪୬୦୦ କିଲୋଗ୍ରାମ ହୋଇଥିଲା ବେଳେ ଲମ୍ବ ୮.୫୬ ମିଟର ଓ ମୋଟେଇ ୧୧୦ ସେଣ୍ଟି ମିଟର। ଏହା ୫୦୦ କିଲୋଗ୍ରାମ ଓଜନର ପାରମ୍ପରିକ, ରାସାୟନିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି।

Spread the love