ଇଞ୍ଜିନିୟର ଦିବସ : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କ ଜନ୍ମ ତିଥିକୁ ଭାରତରେ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଉଥିବାରୁ ସେମାନେ ତାଙ୍କୁ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି, ‘ ସମସ୍ତ ଇଞ୍ଜିନିୟରଙ୍କୁ ଇଞ୍ଜିନିୟର ଦିବସରେ ଶୁଭକାମନା । ଅନୁକରଣୀୟ ଇଞ୍ଜିନିୟର ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।’

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କୁ ମନେପକାଇ ଭାବୁକ ହୋଇପଡ଼ିଛନ୍ତି । ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ ଜଣେ ଉଦାହରଣ ସୃଷ୍ଟିକାରୀ ଇଞ୍ଜିନିୟର ଏମ୍‌ ବିଶ୍ୱେସ୍ୱରାୟାଙ୍କୁ ତାଙ୍କର ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।  ମୁଁ ଆମର ପରିଶ୍ରମି ଇଞ୍ଜିନିୟରଙ୍କୁ ସଲାମ ଜଣାଉଛି ।

Spread the love