ସର୍ଭିକାଲ କ୍ୟାନସର ସ୍ବଦେଶୀ ଟିକାକୁ ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ : ସେରମ ଇନଷ୍ଟିଚ୍ୟୁଟର କ୍ୱାଡି ଭେଲଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକାକୁ ଡିସିଜିଆଇର ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦନ କରାଯାଇଛି। ଏହି ସ୍ବଦେଶୀ ଟିକା ୯ ରୁ ୨୬ ବର୍ଷ ବୟସ୍କଙ୍କଠାରେ ଦେଖାଦେଉଥିବା ଗର୍ଭାଶୟ କର୍କଟ (ସର୍ଭିକାଲ କ୍ୟାନସର) ସମସ୍ୟାର ନିଦାନ ପାଇଁ ଏହି ଟିକା ବଜାରରେ ବିକ୍ରୟ ଲାଗି ଡିସିଜିଆଇ ସୁପାରିଶ କରିଛି। ଏହି ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇପାରିବ। ଏହି ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷା ମଧ୍ୟ ସମାପ୍ତ ହୋଇଛି। ସୂଚନାନୁସାରେ, ଡକ୍ଟର ଏନ.କେ ଆରୋରାଙ୍କ ନେତୃତ୍ୱରେ ଏନଟିଏଜିଆଇ ଦ୍ୱାରା ପୃଥକ ଭାବରେ ଏଚପିଭି ଉପରେ କାର୍ଯ୍ୟ କରୁଥିବା କମିଟି ସମ୍ମୁଖରେ ସମୀକ୍ଷା ଲାଗି ସେରମ ଇନଷ୍ଟିଚ୍ୟୁଟ ଗତକାଲି ଏହାର ସମ୍ପୂର୍ଣ୍ଣ ତଥ୍ୟ ଏବଂ ଉପଯୋଗିତା ଉପସ୍ଥାପନା କରିଥିଲା। ବର୍ତ୍ତମାନ ଭାରତରେ ଗର୍ଭାଶୟ କର୍କଟ ପାଇଁ ବିଦେଶୀ ଟିକା ଉପଲବ୍ଧ, ଯାହାର ମୂଲ୍ୟ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Spread the love