ଅଗ୍ନିପଥ ବିରୋଧରେ ଜୁନ ୧୮ରେ ବିହାର ବନ୍ଦ ଘୋଷଣା

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି । ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇ ସାରିଛି । ବିଶେଷ କରି ବିହାରରେ ପ୍ରଦର୍ଶନ ଉଗ୍ର ରୂପ ନେଇଛି । ଏହି ଯୋଜନା ଅବିଳମ୍ବେ ପ୍ରତ୍ୟାହାର କରିବାକୁ ବିହାରର ଅନେକ ଛାତ୍ର ସଂଗଠନ ଦାବି କରିଛନ୍ତି । ଏଥିସହ ମୋଦୀ ସରକାରଙ୍କୁ ୭୨ ଘଣ୍ଟାର ମହଲତ ଦେଇ କୁହାଯାଇଛି ଯେ, ଯଦି ଜାତୀୟ ସୁରକ୍ଷା ପ୍ରତି ସାଲିସ୍ ଏବଂ ଯୁବକଙ୍କୁ ପରିହାସ କରାଯାଉଥିବା ଏହି ଯୋଜନା ପ୍ରତ୍ୟାହାର କରାନଯାଏ ଜୁନ ୧୮ରେ ବିହାର ବନ୍ଦ ଡାକରା ଦିଆଯିବ । ପୁଣି ଭାରତ ବନ୍ଦ କରାଯିବ । ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜଡେି ଜୁନ ୧୮ରେ ବିହାର ବନ୍ଦ ଡାକରା ଦେଇଛି ।

ବିହାରର ଛାତ୍ର ଯୁବ ନେତା କହିଛନ୍ତି, ଏହି ଯୋଜନା ଯୁବ ପିଢିଙ୍କ ପାଇଁ ଏକ କ୍ରୁର ଉପହାସ । ଏପରିକି ଏହା ଦେଶର ଜାତୀୟ ସୁରକ୍ଷା ପ୍ରତି ଏକ ପ୍ରକାରର ସାଲିସ୍ । ସେନାର ପୂରା ସରଞ୍ଚନାକୁ ଧ୍ୱସ୍ତ ବିଧ୍ୱସ୍ତ କରୁଥିବା ଏହି ଯୋଜନାକୁ ଦେଶ କଦାପି ସ୍ୱୀକାର କରିବ ନାହିଁ । ସେନାର ଅବସରପ୍ରାପ୍ତ ଅନେକ ଅଧିକାରୀ ମଧ୍ୟ ଖୋଲାଖୋଲି ଅଗ୍ନିପଥ ଯୋଜନାର ବିରୋଧ କରୁଛନ୍ତି ।

 ଭାରତୀୟ ସେନାର ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ସାରା ଦେଶରେ ଯୁବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି । ୟୁପି ଓ ବିହାର ସମେତ ବିଭିନ୍ନ ରାଜ୍ୟରେ ଯୋଜନାକୁ ବିରୋଧ କରାଯାଉଥିବା ବେଳେ ଏହାର ପ୍ରଭାବ ରେଳବାଇଙ୍କ ଉପରେ ପଡିଛି। ଲୋକେ ଟ୍ରେନ ଭଙ୍ଗାରୁଜା କରିବା ସହ ଜଳାପୋଡା କରୁଛନ୍ତି। ଏଣୁ ୩୫ଟି ଟ୍ରେନ ବାତିଲ ହୋଇଥିବା ବେଳେ ୨୦୦ ଟ୍ରେନ ଧାର୍ଯ୍ୟ ସମୟରୁ ବିଳମ୍ବରେ ଚାଲୁଥିବା ଜଣାପଡିଛି। ରେଳବାଇ ୧୩ ଟି ଟ୍ରେନକୁ ସର୍ଟ ଟର୍ମିନେଟ କରିଛନ୍ତି।

ବାତିଲ ହୋଇଥିବା ୩୫ ଟ୍ରେନରେ ରେ ୫ଟି ମେଲ ଟ୍ରେନ ଥିବା ବେଳେ ୨୯ଟି ଏକ୍ସପ୍ରେସ୍ ଟ୍ରେନ ରହିଛି। ଏଥିରେ କେବଳ ପୂର୍ବ-ମଧ୍ୟ ରେଳର ୨୨ଟି ଟ୍ରେନ ରଦ୍ଦ ହୋଇଛି। ରେଲୱେ ଅଧିକାରୀଙ୍କ ଅନୁସାରେ ଏହି ବିରୋଧ ଯୋଗୁ ରେଳବାଇର ହୋଇଥିବା କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇ ନାହିଁ। ବିହାରର ସମସ୍ତିପୁର ଓ ଲଖି ସରାୟରେ ଶୁକ୍ରବାର ସକାଳେ ବିକ୍ଷୋଭକାରୀ ୨ଟି ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ପୂର୍ବ-ମଧ୍ୟ ରେଳଙ୍କ ସିପିଆରଓ  ଏକଲବ୍ୟ ଚକ୍ରବର୍ତ୍ତି କହିଛନ୍ତି ଯେ ତାଙ୍କ ରେଳ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ ବିକ୍ଷୋଭ ଯୋଗୁ ୮ଟି ଟ୍ରେନର ସେବା ପ୍ରଭାବିତ ହୋଇଛି।

Spread the love