ଜାଣିଛନ୍ତି କି ସକାଳୁ ଉଠିବା ମାତ୍ରେ କ’ଣ କରିବା ଉଚିତ

ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
ଜଳଖିଆରେ ଫଳ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ସିଝା ଅଣ୍ଡା ମଧ୍ୟ ଖାଇପାରିବେ।ସକାଳେ କିଛି ସମୟ ପାଇଁ ଘରର ବାହାରକୁ ଯାଆନ୍ତୁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ସୂର୍ଯ୍ୟକିରଣରେ ଥିବା ଭିଟାମିନ- ଡ଼ି ସିଧାସଳଖ ମିଳିଥାଏ।
ଏହାସହ ନିଜ ପସନ୍ଦ ଅନୁଯାୟୀ କିଛି ସମୟ ଚାଲିବା, ଦୌଡ଼ିବା କିମ୍ବା ସାଇକେଲିଂ କରନ୍ତୁ।

Spread the love