ଧାରଣାରୁ ହଟିଲେ ଛାତ୍ରଛାତ୍ରୀ

ଦୀର୍ଘଦିନ ପରେ ପୁଣି  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଯାଇଛି ଛାତ୍ର ଅଶାନ୍ତି ।  ୧୦ଦଫା ଦାବି ନେଇ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଅଫିସକୁ ଧଶେଇ ପଶିଥିଲେ । ଏହି ସମୟରେ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି । ଆଜିଠୁ ବିଶ୍ୱବିଦ୍ୟାଳୟ ବନ୍ଦ ଡାକରା ଦେଇଥିଲେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଓ ମୁଖ୍ୟଫାଟକ ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଏକ ମିଳିତ ପ୍ରେସ ବିବୃତି ଜାରି କରିଥିଲେ । ମାତ୍ର ୩ଘଂଟାର ଆନ୍ଦୋଳନ ପରେ କୁଳପତି ଡ.ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ସମସ୍ତ ଦାବି ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟିଥିଲେ । ନିମ୍ନୋକ୍ତ ୧୦ଟି ଦାବି ପୂରଣ ଲାଗି କୁଳପତି ଓ ଉତ୍କଳ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ସହମତ ହୋଇଥିବା ପ୍ରକାଶ।

• ରାଜା ହୋଟେଲ ନିକଟରେ ମୁଖ୍ୟ ପ୍ରବେଶ ଫାଟକ ନିର୍ମାଣ
• ସମସ୍ତ ବିଭାଗର ଏକ ସମୟରେ ପରୀକ୍ଷା କରିବା
• ୪୫ ଦିନରେ ଫଳ ପ୍ରକାଶ କରିବା
• ପ୍ରବେଶିକା ପରୀକ୍ଷା ଫି ବୃଦ୍ଧିକୁ କମାଇବା
• ହଷ୍ଟେଲ ଫି ଓ ମାଇଗ୍ରେସନ ଫି ବୃଦ୍ଧି କମାଇବା
• ଅହେତୁକ ଫି ବୃଦ୍ଧି ରୋକିବା
• ସୁରକ୍ଷା ଦୃଷ୍ଟିରୁ ଅଚଳ ସିସିଟିଭିକୁ କାର୍ଯ୍ୟକ୍ଷମ କରିବା
• ଛାତ୍ର ଓ ଛାତ୍ରୀ ନିବାସ ମରାମତି

Spread the love