କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫାକଲ୍ଟି ଡେଭ୍‌ଲପମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ:

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଫାକଲ୍ଟି ଡେଭ୍‌ଲପମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଗୁରୁମନ୍ତ୍ର ଥିଲା କର୍ମଚାରୀ ଓ ଛାତ୍ରଛାତ୍ରୀ ସନ୍ତୋଷ । କିଟ୍‌ ଆରମ୍ଭଠାରୁ ସର୍ବଦା ଏହାର କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସନ୍ତୋଷ ରଖିବା ପାଇଁ ପ୍ରୟାସ କରିଆସିଛି । ଏହି ପ୍ରୟାସକୁ ବଜାୟ ରଖିବା ପାଇଁ ଡ. ସାମନ୍ତ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି କ୍ୱାଲିଟି ଆସ୍ୟୁରାନ୍ସ ନିର୍ଦ୍ଦେଶକ ପ୍ରଫେସର ଚିନ୍ମୟ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । .

Spread the love