ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଲେ ବିଜୟ ସୁନିଶ୍ଚିତ

ଦ୍ରୌପଦୀଙ୍କୁ ସମର୍ଥନ ଦେବ ବିଜେଡି। ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି ଦ୍ରୌପଦୀ ମୁର୍ମୁ। ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ଆଶା କରାଯାଉଛି ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ। ତେଣୁ ବିଜେଡି ପାଖରେ ଥିବା ୨.୯ ପ୍ରତିଶତ ଭୋଟ NDAକୁ ଗଲେ ଦ୍ରୌପଦୀଙ୍କ ବିଜୟ ସୁନିଶ୍ଚିତ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସଂଖ୍ୟକ ନମ୍ବର ଏନଡିଏ ପାଖରେ ନାହିଁ । ବିଜେପି ଓ ସହଯୋଗୀ ଦଳଗୁଡ଼ିକର ୪୮.୯ ପ୍ରତିଶତ ଭୋଟ୍‌ ରହିଛି । ଅଣ-ଏନଡିଏ ଦଳଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ୍‌ । ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨.୨ ପ୍ରତିଶତ କମ୍‌ ଭୋଟ୍‌ ରହିଛି । କଂଗ୍ରେସ ପାଖରେ ୨୧.୯% ଭୋଟ୍‌ ଥିବା ବେଳେ ଅନ୍ୟ ବିଜେପି ବିରୋଧୀ ଦଳଗୁଡ଼ିକ ପାଖରେ ରହିଛି ୧୯.୭ ପ୍ରତିଶତ ଭୋଟ୍‌ । ଆଉ କିଛି ଆଞ୍ଚଳିକ ଦଳ ପାଖରେ ରହିଛି ୯. ୫ ପ୍ରତିଶତ ଭୋଟ୍‌ । YSR କଂଗ୍ରେସ ପାଖରେ ୪ ପ୍ରତିଶତ, ବିଜେଡି ପାଖରେ ୨.୯ ପ୍ରତିଶତ ଓ TRS ପାଖରେ ୨.୨ ପ୍ରତିଶତ ଭୋଟ ରହିଛି।

Spread the love