ରାଜଧାନୀରେ ମୋ ବସ ଡ୍ରାଇଭର, କଣ୍ଡକ୍ଟର ଯାତ୍ରୀଙ୍କୁ ପିଟିଲେ

ଭୁବନେଶ୍ୱର: ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ। ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର, କଣ୍ଡକ୍ଟର । ଏପରିକି ଅନ୍ୟ ଗାଡିର ମୋ ବସ କର୍ମଚାରୀ ବି ମିଶି ରାସ୍ତାରେ ପିଟିଲେ । ମାଷ୍ଟରକ୍ୟାଣ୍ଟିନ ଛକ ବସଷ୍ଟାଣ୍ଡ ପାଖରେ ଯାତ୍ରୀକୁ ମିଳିମିଶି ଆକ୍ରମଣ କଲେ ବସ କର୍ମଚାରୀ। ମା’ ସାମ୍ନାରେ ପୁଅକୁ ମାରୁଥିବାର ଦେଖି ମହିଳା ଜଣଙ୍କ ମୋ ବସ କର୍ମଚାରୀଙ୍କ ଗୋଡ ହାତ ଧରି ଛାଡିଦେବାକୁ ନେହୁରା ହୋଇଥିଲେ ।

Spread the love