ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଅମିତ ଶାହାଙ୍କ ସମେତ ବହୁ ବରିଷ୍ଠ ନେତା

ଆଜି ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମଦିନ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ମୋଦୀଙ୍କୁ ଜନ୍ମଦିନରେ ବାର୍ତ୍ତା ଦେଇ ଭେଙ୍କେୟା ନାଇଡ଼ୁ କହିଛନ୍ତି ଯେ, ନରେନ୍ଦ୍ରମୋଦୀଙ୍କ ସକ୍ଷମ ନେତୃତ୍ୱରେ ଦେଶ ପ୍ରଗତି ଦେଇ ଗତି କରୁଛି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ୱିଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଏକ ଟାଣୁଆ, ସୁରକ୍ଷିତ ଏବଂ ବିଶ୍ୱସନୀୟ ଦେଶ ଭାବରେ ପରିଚୟ ପାଇଛି । ସମସ୍ତ ଭାରତୀୟଙ୍କ ଜୀବନରେ ନିଜ ପାଇଁ ସ୍ଥାନ ବନାଇ ଥିବରୁ ତାଙ୍କ ପରିଶ୍ରମ ଓ ସଂକଳ୍ପ ଭାବ ଆମ ପାଇଁ ଏକ ପ୍ରେରଣା ବୋଲି ମଧ୍ୟ ସେ କହିଛନ୍ତି । ଜଣେ ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା ଓ ଜଣେ ଦେଶବାସୀ ଭାବେ ଦେଶର ପୁନଃନିର୍ମାଣରେ ଆପଣଙ୍କ ସହ ଭାଗ ନେବା ଏକ ସ୍ୟୈଭାଗ୍ୟର ବିଷୟ ।

ଭଗବାନଙ୍କ ନିକଟରେ ତାଙ୍କର ସୁସ୍ଥ ଜୀବନ ଓ ଦୀର୍ଘାୟୁ  କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦେଶର ବିକାଶ ସହ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିବାରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଅବଦାନ ବହୁତ ରହିଛି । ସେ କେବଳ ରାଜନୀତି ନାହିଁ ଅନ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରି ଦେଶ ପାଇଁ ଗୈାରବ ଆଣିଛନ୍ତି  ।ଏହାସହ ଦୃଢ ଇଚ୍ଛାଶକ୍ତି, ନିର୍ଣ୍ଣାୟକ ନେତୃତ୍ୱ ଓ ପରିଶ୍ରମର ପ୍ରତୀକ ତଥା ଦେଶର ସବୁଠାରୁ ଲୋକପ୍ରିୟ ନେତା ବୋଲି ମଧ୍ୟ ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଏକ ପ୍ରତିଷ୍ଠିତ ଦେଶ ହୋଇଛି । ଏହା ସହ ସେ ଭଗବାନଙ୍କ ନିକଟରେ ମୋଦୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦୀଙ୍କ ଜନ୍ମଦିନରେ ଶୁଭକାମନା ଜଣାଇଛନ୍ତି  ସେ କହିଛନ୍ତି ଯେ, ୧୩୦କୋଟି ହୃଦୟରେ ପ୍ରଧାନମନ୍ତ୍ରୀ ରହୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ପ୍ରଗତିର ଶିଖରରେ ପହଁଚୁ ।

Spread the love