ଇଣ୍ଡିଆନ୍ ୟୁଥ ଆସୋସିଏସନ୍ ଦ୍ଵାରା ଟ୍ରାଫିକ୍ ନିୟମ ସଚେତନତା କାର୍ଯ୍ୟକ୍ରମ ।

ଭୁବନେଶ୍ୱର : ଆଜି ଇଣ୍ଡିଆନ୍ ୟୁଥ ଆସୋସିଏସନ୍ (ଆଇ.ୱାଇ.ଏ) ଦ୍ଵାରା ନୂତନ ଟ୍ରାଫିକ୍ ନିୟମ ସଚେତନତା ନିମନ୍ତେ କଳିଙ୍ଗ ହସ୍ପିଟାଲ ଟ୍ରାଫିକ୍ ଛକ (ନାଲକୋ ଛକ) ଠାରେ ଏକ ଭିନ୍ନ ଢ଼ଙ୍ଗରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଟ୍ରାଫିକ୍ ଡ଼ି.ସି.ପି ଆଇ.ପି.ଏସ୍ ସାଗରିକା ନାଥ ଓ ତାଙ୍କ ଟ୍ରାଫିକ ପୋଲିସ ଟିମ ଯୋଗଦାନ ଦେବା ସହିତ ଲୋକ ମାନଙ୍କୁ ଟ୍ରାଫିକ୍ ନିୟମ ଉପରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଗରିକା ନାଥ ଆକାଶମାର୍ଗରେ ବେଲୁନ୍ ଛାଡ଼ି ଶୁଭାରମ୍ଭ କରିଥିଲେ । ଏହା ସହିତ ସମସ୍ତ ଲୋକଙ୍କୁ ଆଇ.ୱାଇ.ଏ. ସଦସ୍ୟଙ୍କ ଦ୍ଵାରା ଚାବିରିଙ୍ଗ, ଲିଫ୍‌ଲେଟ୍ ଓ ଗାଡ଼ିରେ ଷ୍ଟିକର ଲଗାଇ ସଚେତନତା କରାଯାଇଥିଲା ।ଚାବିରିଙ୍ଗ ଓ ଗାଡି ଷ୍ଟିକରରେ ଏକ ସଚେତନତାର ବାର୍ତ୍ତା ଲେଖାଯାଇଥିଲା ।

ସେହି ସଚେତନତା ବାର୍ତ୍ତା ଟି ହେଉଛି “ମୁଁ ବି ମାନୁଛି ଟ୍ରାଫିକ ନିୟମ,ଅାପଣ ମଧ୍ୟ ମାନନ୍ତୁ” । ଏହି କାର୍ଯ୍ୟକ୍ରମ କୁ ସଫଳତାର ସହିତ ସଂପୂର୍ଣ୍ଣ କରିବାରେ ଆଇ.ୱାଇ.ଏ. ର ଜନ ସଂପର୍କ ଅଧିକାରୀ ଆଦିତ୍ୟ ସାମଲ, ପ୍ରିୟା ଗଡ଼ନାୟକ, ମିଶନ ନିୟୁ ଇଣ୍ଡିଆ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରିଙ୍କୁ ସାମଲ, ପ୍ରମୋଦ ପୃଷ୍ଟି, ପତିତପାବନ ପଣ୍ଡା, ସୁକାନ୍ତ ସ୍ୱାଇଁ, କଳ୍ପସା ଅଙ୍କିତା, ଅସିତ ସାମଲ, କୃଷ୍ଣ ନାୟକ, ଭକ୍ତି ପ୍ରସାଦ ପ୍ରଧାନ, ବିଶ୍ଵଜିତ ସାମଲ, ରାକେଶ ସାହୁ, ରିତୁରାଣୀ ସାସମଲ, ଶାଶ୍ଵତୀ ବେହେରା, ପ୍ରିୟଙ୍କା, ବିନି, ଚନ୍ଦନ, ମାନସ ଓ ଅନ୍ୟାନ୍ୟ ସଦସ୍ୟ/ସଦସ୍ୟ ଯୋଗଦାନ କରିଥିଲେ ।

Spread the love