2020 ମସିହାରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜଣେ ହିନ୍ଦୁ

2020 ମସିହାରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜଣେ ଭାରତୀୟ । ଏହି ଭାରତୀୟ ବଂଶୋଦ୍ଭବ ମହିଳା ତୁଲସୀ ଗାବାର୍ଡ ଏହାପୂର୍ବରୁ ପ୍ରଥମ ହିନ୍ଦୁ ଭାବରେ ଆମେରିକା କଂଗ୍ରେସରେ ମଧ୍ୟ ସ୍ଥାନ ପାଇସାରିଛନ୍ତି। ସେ ଆମେରିକାର ସବୁଠାରୁ ଅଧିକ ସମୃଦ୍ଧ ସାଂସ୍କୃତିକ ଗୋଷ୍ଠୀ ପ୍ରବାସୀ ଭାରତୀୟଙ୍କ ଶ୍ରଦ୍ଧା, ସମର୍ଥନ ଏବଂ ଆର୍ଥିକ ସହାୟତାରେ ଏହି ନିର୍ବାଚନ ଲଢ଼ିବାର ଅଛି। ତୁଲସୀ ଏହି ପ୍ରସଙ୍ଗରେ କହିଛନ୍ତି, “ମୁଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇସାରିଛି ଏବଂ ଆସନ୍ତା ସପ୍ତାହରେ ବିଧିବଦ୍ଧ ଘୋଷଣା କରିବି।” 37 ବର୍ଷୀୟା ଆମେରିକା ସେନାରୁ ଅବସର ନେବା ପରେ ତୁଲସୀ ହାୱାଇକୁ ପ୍ରତିନିଧିତ୍ୱ କରନ୍ତି, ଯେଉଁଠାରେ ଆମେରିକାର 44ତମ ରାଷ୍ଟ୍ରପତି ଜନ୍ମ ନେଇଥିଲେ।

ସେ 2020 ମସିହାରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଲଢ଼ିବେ। ଓବାମା ଡେମୋକ୍ରାଟିକ୍‌ ପାର୍ଟିର ସବୁଠାରୁ ବରିଷ୍ଠ ସଦସ୍ୟ ହିସାବରେ ଏଯାଏ କିଏ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ସେନେଇ କୌଣସି ସୂଚନା ଦେଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ହାରିସ୍‌ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଗାବାର୍ଡ ହିନ୍ଦୁ ଧର୍ମକୁ ମାନୁଥିବା ଜଣେ ଶ୍ୱତକାୟ ଆମେରିକୀୟ ଏବଂ ଆମେରିକୀୟ ହିନ୍ଦୁଙ୍କ ମଧ୍ୟରେ ଖୁବ୍‌ ଗ୍ରହଣୀୟ। ଅନ୍ୟପକ୍ଷରେ ହାରିସ୍‌ଙ୍କ ମା ଭାରତୀୟ-ଆମେରିକୀୟ ହୋଇଥିବାବେଳେ ବାପା ଆଫ୍ରିକୀୟ-ଆମେରିକୀୟ।

Spread the love