ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ  : ଭାରତ ପକ୍ଷରୁ ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଉପରେ ଅଭିଯୋଗ ରହିଛି କି ଏହାର ଟୁଇଟର ଆକାଉଣ୍ଟ ଦ୍ୱାରା ଭୁଲ ଖବର ଦିଆଯାଉଛି। କୁହାଯାଉଛି କି ଭାରତ ପକ୍ଷରୁ ଆଉ କିଛି ଦୂତାବାସ ଉପରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।ଏପଟେ ପାକିସ୍ତାନର ବୈଦଶିକ ମନ୍ତ୍ରଣାଳୟ ଟୁଇଟ କରି କହିଛି, ଭାରତ ଟୁଇଟର ଦ୍ୱାରା ଇରାନ, ତୁର୍କ୍ରି ,ମିଶ୍ର ଓ ସଂଯୁକ୍ତ ରାଷ୍ଟ୍ରରେ ଥିବା ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦେଇଛି । ପାକିସ୍ତାନ ଆଶା ବ୍ୟକ୍ତ କରିଛି କି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ ।ସୂଚନାଯୋଗ୍ୟ, ପୂର୍ବରୁ ବି ଟୁଇଟର ଦ୍ୱାରା ପାକିସ୍ତାନରେ ରାଷ୍ଟ୍ରୀୟ ସାର୍ବଜନିକ ପ୍ରସାରକ ରେଡିଓ ପାକିସ୍ତାନର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା ।

Spread the love