ରଥଯାତ୍ରା ପାଇଁ ପୁରୀରେ ପୋଲିସ ପକ୍ଷରୁ ମକ୍‌ଡ୍ରିଲ୍‌

ପୁରୀ  : ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜୁଲାଇ ୧ରେ ଅର୍ଥାତ୍ ଆଉ ମାତ୍ର ଦୁଇ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଜ୍ବରରେ ଥିବା ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଆଜି ଚତୁର୍ଦ୍ଦଶୀ ମଳ ଥିବାରୁ ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି।ତେବେ ଗତକାଲି ଏବଂ ଆଜି ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି। ଆସନ୍ତାକାଲି ଅମାବାସ୍ୟା। ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। କାଲି ମଧ୍ୟ ନେତ୍ରୋତ୍ସବ । ଭକ୍ତମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପରିମାଣିକ ଟିକେଟ କାଟିଥିବା ଭକ୍ତମାନେ ଭିତରକାଠ ଦର୍ଶନ ପାଇବେ। ସାହାଣମେଲା ଦର୍ଶନ ମଧ୍ୟ ରହିଛି।ସେପଟେ ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକ୍‌ଡ୍ରିଲ୍‌ କରାଯାଉଛି। ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି। ପୁଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଏହି ଡେମୋ କାର୍ଯ୍ୟକ୍ରମ କରାଯାଉଛି। ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ୱିତୀୟ ରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଏ ଅବିକଳ ସେହିଭଳି ତିନିରଥକୁ ପୁଲିସ ବାହିନି ଟାଣି ଡେମୋ ପ୍ରଦର୍ଶିତ କରିଛନ୍ତି ।

Spread the love