ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ

ଭୁବନେଶ୍ୱର:  ଆଜି ରାଜ୍ୟ ବିଜେପିର ପଦାଧିକାରୀ ଏବଂ ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ। ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା, ବେକାରୀ, ଚାଷୀ ମରଣ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏହି ବୈଠକରେ ଆଲୋଚନା ହେବ। ଏଥିରେ ରାଜ୍ୟର ଦଳୀୟ ପଦାଧିକାରୀ ଓ ଜିଲ୍ଳା ସଭାପତି ଯୋଗଦେବେ । ପରେ ବିଭିନ୍ନ ଜିଲ୍ଲା ପ୍ରଭାରୀମାନଙ୍କ ବୈଠକ  ଆୟୋଜନ ହେବ ।

ଏଥିରେ ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମ କେତେ ଲୋକାଭମୁଖୀ ହୋଇପାରୁଛି , ତୃଣମୂଳ ସ୍ତରରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁଛି କି ନାହିଁ ତା ଉପରେ ମଧ୍ୟ ଦିନ ତମାମ ଆଲୋଚନା କରାଯିବ। ଆଜିର ବୈଠକ ପରେ ଆସନ୍ତାକାଲି ଫୁଲ ନଖରା କୁରାଙ୍ଗ ଶାସନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ବରୀ,  ବିଜେପି ଓଡ଼ିଶାର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Spread the love