ପୁରୀରେ ଜଗନ୍ନାଥଙ୍କ ଫୁଲ କେଉଁଠୁ ଆସେ ଜାଣନ୍ତୁ…

ଜଗନ୍ନାଥଙ୍କ ରଥଯାତ୍ରାରେ ତିନି ରଥରେ ଲାଗିହେବାକୁ ଥିବା ସୋଲ ଫୁଲକୁ ମଧ୍ୟ ଅତି ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ବିର କିଶୋରଙ୍କ ପରିବାର।

କିସମ କିସମର ଫୁଲ ତିଆରି କରି ସୁସଜ୍ଜିତ କରିବେ ତିନି ରଥକୁ। ଏହାକୁ ନିଷ୍ଠାର ସହିତ ବୀରକିଶୋରଙ୍କ ପରିବାର କରୁଥିବାବେଳେ ସୋଲ ଫୁଲର କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ପ୍ରଭୁ ଜଗନ୍ନାଥଙ୍କ ସେବା କରୁଥିବାରୁ ବହୁତ ଖୁସି ଥିବା କହିଛନ୍ତି ତାଙ୍କ ପରିବାର। କଦମ୍ବ , ସୂର୍ଯ୍ଯମୁଖୀ , ଡାଳିଆ ଭଳିକି ଭଳି ଫୁଲ ଗଦା ହୋଇଛି। ସତେ ଯେମିତି ଗଛରୁ ତୋଳାହୋଇ ଗଦା ହୋଇଛି ଠିକ୍ ସେହିଭଳି ଦେଖା ଯାଉଛି ଏହି ଫୁଲ ଗୁଡ଼ିକ।

ବାସ୍ତବରେ ଏହା ହେଉଛି ସୋଲରେ ତିଆରି ଫୁଲ।ଆଉ କେଇଟା ଦିନ ପରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ତିନି ରଥରେ ଝଲସିବ ଏହି ଫୁଲ । ଏହି ସୋଲ ଫୁଲକୁ ତିଆରି କରୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର। ମନ୍ଦିର ପ୍ରଶାସନ ଅନୁମତିରେ ଦୀର୍ଘ ୨୨ ବର୍ଷ ହେଲା ଏହି କାର୍ଯ୍ଯ କରିଆସୁଛନ୍ତି ବିର କିଶୋରଙ୍କ କରିବାର । ସବୁଠାରୁ ବଡ଼ କଥା ଏହି କାର୍ଯ୍ଯ କରିବାକୁ ମନ୍ଦିର ପ୍ରଶାସନ ଠାରୁ କୌଣସି ପ୍ରକାର ପାଉଣା ନିଅନ୍ତି ନାହିଁ ।

ମହାପ୍ରଭୁଙ୍କ ଏହି ନିଆରା ସେବାରେ ପରିବାରର ଛୋଟ ଠାରୁ ଧରି ବଡ ପର୍ଯ୍ଯନ୍ତ ସମସ୍ତେ ଏହି କାର୍ଯ୍ଯରେ ଏକାଗ୍ରତାର ସହ ଲାଗିଥାନ୍ତି । ଦୀର୍ଘ ବର୍ଷ ତଳେ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ତିନି ରଥକୁ ଅଧିକ ସୁନ୍ଦର କରିବାକୁ ମନ କରି ମନ୍ଦିର ପ୍ରଶାସନକୁ ଏହି ଫୁଲର ନମୁନା ଦେଖାଇଥିଲେ, ପରେ ପ୍ରଶାସନ ଅନୁମତି ମିଳିଥିଲା ସେବେଠାରୁ ଏହି କାର୍ଯ୍ଯ କରୁଛନ୍ତି । ଏହି ସୋଲ ଗୁଡିକୁ କାର୍ତିକ ମାସଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ଖରାରେ ଶୁଖାଇ ରଖିଥାନ୍ତି ରଥଯାତ୍ରା ପାଇଁ।

ଅକ୍ଷୟ ତୁର୍ତ୍ତୀୟା ଠାରୁ ଘର ଲିପା ପୋଛା କରି ପୂଜାର୍ଚ୍ଚନା କରି କାର୍ଯ୍ଯ ଆରମ୍ଭ କରିଥାନ୍ତି। ନିଜ ହାତ ତିଆରି ଫୁଲ ପ୍ରସ୍ତୁତ ହେବାପରେ ନିଜ ସପରିବାର ଯାଇ ତିନି ରଥକୁ ସଯାଇଥାନ୍ତି । ତେବେ ଏତେ ବଡ଼ ମହତ କାମ କରି ଜଗତର ବଡ଼ ଠାକୁରଙ୍କ ସେବା କରି ନିଜକୁ ଗର୍ବିତ ବୋଲି ମନେ କରିଥାନ୍ତି ଏହି ବୀରକିଶୋରଙ୍କ ପରିବାର।

Spread the love