ଫିଲ୍ମ Liger ପାଇଁ ନ୍ୟୁଡ୍‌ ହେଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ ୦୨। ୦୭: ବର୍ତ୍ତମାନ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର୍ ଚର୍ଚ୍ଚାରେ ଅଛି। ଏହି ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଥିବା ନଜର ଆସିବେଳେ ସୁପରଷ୍ଟାର ବକ୍ସର ମାଇକ ଟାଇସନଙ୍କ ଚରିତ୍ରରେ ଦେଖିବାକୁ ମିଳିବେ ବିଜୟ ଦେବରାକୋଣ୍ଡା । ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଦୀର୍ଘ ସମୟ ହେବ ଅପେକ୍ଷା କରି ରହିଛନ୍ତି। ହେଲେ ଏବେ ସମୟ ଆସି ଯାଇଛି ,ଖୁବ୍ ଶୀଘ୍ର ଫିଲ୍ମର ଟ୍ରେଲ୍‌ର ରିଲିଜ୍‌ ହେବାକୁ ଯାଉଛି।

ଶନିବାର ଦିନ ନିର୍ମାତାମାନେ ଲାଇଗରରୁ ବିଜୟ ଦେବରାକୋଣ୍ଡାର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟୁଡ୍‌ ଭାବରେ ଦେଖିବାକୁ ମିଳିଛି । ଫଟୋରେ ସେ ତାଙ୍କର ଗୋଟିଏ ହାତରେ ଏକ ଫୁଲ ଧରିଛନ୍ତି, ଯେଉଁଥିରୁ ସେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଲୁଚାଇ ରଖିଛନ୍ତି। ବିଜୟ ଦେବରାକୋଣ୍ଡାଙ୍କର ଏହି ସୁପର ବୋଲ୍ଡ ପୋଷ୍ଟର ରିଲିଜ୍ ସହ ଲାଇମଲାଇଟକୁ ଆସିଛି। ଏହା ପୂର୍ବରୁ ଅମୀର ଖାନଙ୍କ ଫିଲ୍ମ ପି.କେ ପାଇଁ ଏପରି ପୋଷ୍ଟର କରାଯାଇଥିଲା ।

ଅନ୍ୟପଟେ ବିଜୟ ଦେବରାକୋଣ୍ଡା ନିଜେ ଫିଲ୍ମର ଏହି ପୋଷ୍ଟରକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।  ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, ‘ ଏହା ଏପରି ଏକ ଫିଲ୍ମ ଯାହା ମୋର ସବୁକିଛି ନେଇଥିଲା। ମାନସିକ, ଶାରୀରିକ ସ୍ତରରେ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଥିଲା । ମୁଁ ମୋର ସବୁକିଛି ତୁମକୁ ଦେଇଛି। ମୁଁ ଶୀଘ୍ର ଆସୁଛି। ‘ ସୋସିଆଲ୍‌ ମିଡିଆରେ ଏହି ଲୁକରେ ବିଜୟ ଦେବରାକୋଣ୍ଡାଙ୍କୁ ଦେଖିବା ପରେ ଅନେକ ଲୋକ ପି.କେ. ସହ ତୁଳନା କରିଛନ୍ତି।, ନାନା କମେଣ୍ଟ ମଧ୍ୟ କରୁଛନ୍ତି।

Spread the love