ହୋଟେଲରେ ୨ଗୋଷ୍ଠୀ କିନ୍ନରଙ୍କ ମଧ୍ୟରେ ସଂଘର୍ଷ, ୧୦ଜଣ ଆହତ

ହୋଟେଲରେ ୨ଗୋଷ୍ଠୀ କିନ୍ନରଙ୍କ ମଧ୍ୟରେ ସଂଘର୍ଷ । ଦୁଇ ଜିଲ୍ଲାର କିନ୍ନରଙ୍କ ଯାତାୟାତ ସୀମାକୁ ନେଇ ଗଣ୍ଡଗୋଳ ଘଟିଛି । ହୋଟେଲରେ ବ୍ୟାପକ ଭଙ୍ଗାରୁଜା ସହ ୧୦ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଠାରେ ଏକ ହୋଟେଲରେ ଅଭାବନୀୟ ଘଟଣା ଘଟିଛି । ସଂଘର୍ଷ କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କୁ ନାକେଦମ ହେବାକୁ ପଡିଛି । ଭଦ୍ରକ ଓ ଯାଜପୁର ଜିଲ୍ଲାରେ କିନ୍ନରଙ୍କ ମଧ୍ୟରେ ଯାତାୟାତ ସୀମା ଓ ଅନ୍ୟାନ୍ୟ ଘଟଣା ପାଇଁ ବିବାଦ ରହିଛି । ଗୋଟିଏ ଗୋଷ୍ଠୀର କିନ୍ନର ମାନେ ଭଦ୍ରକ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି

Spread the love