ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ; ୨୦ରୁ ଉର୍ଦ୍ଧ୍ୱ ଆହତ

ଭୁବନେଶ୍ୱର : ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ୍ ରାସ୍ତା ତଳକୁ ଖସି ପଡିଛି । ଏଥିରେ ୨୦ ଯାତ୍ରୀ ଆହତ ହୋଇଛନ୍ତି।  ୩୦ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀବାହୀ ବସ ବାଙ୍କୀରୁ ଭୁବନେଶ୍ୱର ଯାଉଥିଲା ।  ବାଘମାରି-ସିମୋର ଠାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଛି । ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବେଗୁନିଆ ଅଗ୍ନିଶମ ବାହିନୀ, ବାଘମାରୀ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Spread the love