ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, ପୁଅ ମାନେ ସହଜେ ଫସେଇ ପାରିବେ ନାହିଁ

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି ଅଛି ଯେଉଁଥିରେ ଜନ୍ମିତ ବ୍ୟକ୍ତି ବହୁତ ଜିଦିଆ। ସେ ନିଜ ନିଷ୍ପତ୍ତି ନିଜେ ନେବାକୁ ପସନ୍ଦ କରନ୍ତି। ଆଜି ଏଭଳି ୬ ରାଶି ବିଷୟରେ କହିବୁ ଯେଉଁମାନେ ଜିଦ୍ଦି ହେବା ସହ କାହା କଥା ଶୁଣନ୍ତି ନାହିଁ।

-ମେଷ ରାଶି: ଏହି ରାଶିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କୁ କିଛି ବୁଝାଇବା ସହଜ ନୁହେଁ। ଦେଖିବାକୁ ଏମାନେ ସରଳ ସ୍ବଭାବର ହୋଇଥାଇପାରନ୍ତି ହେଲେ ଏମାନେ ନେତୃତ୍ୱ ନେବାକୁ ପସନ୍ଦ କରନ୍ତି। ନିଜ ରାସ୍ତା ନିଜେ କରିବାରେ ଏମାନେ ବିଶ୍ୱାସ କରନ୍ତି। ଏଣୁ ଏମାନଙ୍କୁ ଚଞ୍ଚଳ ମନା ଏବଂ ଏମାନଙ୍କ ମୁଣ୍ଡରେ କିଛି ନାହିଁ ଭାବିବାର ଭୁଲ କରିବେ ନାହିଁ।

-ମିଥୁନ: ଏହି ରାଶିର ଲୋକ କଥା ଲୁଚାଇବାକୁ ପସନ୍ଦ କୀନ୍ତି। ନିଜ କଥା ନିଜ ଭିତରେ ସୀମିତ ରଖନ୍ତି। ଏମାନଙ୍କୁ ବେଶି କଥା ହେବା ପସନ୍ଦ ନୁହେଁ। ସବୁ ପରିସ୍ଥିତିରେ ଏମାନେ ନିଜକୁ ମଜଭୂତ କରିନିଅନ୍ତି। ଏମାନଙ୍କ ମୁଣ୍ଡରେ କ’ଣ ଚାଲିଛି ତାହା କହିବା ବହୁତ ମୁସ୍କିଲ।

-ତୁଳା: ଏହି ରାଶିର ଲୋକ କେବେ କାହା ଉପରେ ଆଶ୍ରା କରେ ନାହିଁ। ଏମାନେ ନିଜ ଉପରେ ବିଶ୍ୱାସ କରନ୍ତି। କାହାକୁ ସାହାଯ୍ୟ ମାଗୁଥିବା ବେଳେ ମଧ୍ୟ ସେ ନିଜେ ପାରିବେ ବୋଲି ଭାବନ୍ତି। ଏମାନେ ବ୍ୟକ୍ତିଗତ ଜୀବନକୁ ଗୋପନ ରଖନ୍ତି।

-ବିଛା: ଏହି ରାଶିର ଲୋକଙ୍କୁ ବୋକା ବନାଇବା ସହଜ ନୁହେଁ। ଏମାନେ ନିଜେ ଚିନ୍ତାକରି ଆବଶ୍ୟକ ପଦକ୍ଷେପ ନେଇଥାନ୍ତି। କାହା କଥାରେ ଢ଼ଳନ୍ତି ନାହିଁ।

-ଧନୁ: ଏହି ରାଶିର ଲୋକ ନିଜେ ନିଜ ପାଇଁ ନିଷ୍ପତ୍ତି ନେବାକୁ ପସନ୍ଦ କରନ୍ତି। ଏମାନଙ୍କୁ ନିଜ ଜାଲରେ ଫସାଇବା କଷ୍ଟକାର। ଏମାନଙ୍କୁ ବୁଝାଇବା ବି କାଠିକର ପାଠ। ଏମାନେ ସମସ୍ତଙ୍କ କଥା ଶୁଣନ୍ତି, ହେଲେ ଯାହା ତାଙ୍କର ମନ କହେ କରିଥାନ୍ତି।

-ମକର: ଏହି ରାଶିର ବ୍ୟକ୍ତି ବହୁତ ସ୍ପଷ୍ଟ ଏବଂ ସଚ୍ଚୋଟ। ହେଲେ ଏମାନଙ୍କୁ ନିୟନ୍ତ୍ରଣ କରିହେବ ନାହିଁ। ସେମାନେ ତୁମ କଥା ଶୁଣିବେ, ହେଲେ ଆଖି ବୁଜି ତୁମ ଉପରେ ବିଶ୍ୱାସ କରିବେ ବୋଲି ଭରସା ରଖିବା ଅନୁଚିତ।

Spread the love