ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ର ବିଜେତା ହେଲେ ସିନି ଶେଟ୍ଟୀ

ମୁମ୍ବାଇ ୦୪।୦୭ : ଗତକାଲି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଆୟୋଜିତ ହୋଇଥିଲା । ବଲିଉଡର ଅନେକ ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ପହଞ୍ଚି ସେମାନଙ୍କ ସହଯୋଗ କରିଥିଲେ। ଶେଷରେ ଇଭେଣ୍ଟରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କର୍ଣ୍ଣାଟକର ସିନି ଶେଟ୍ଟି ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ର ମୁକୁଟ ପିନ୍ଧିଥିଲେ । ସିନି ଶେଟ୍ଟୀଙ୍କ ନାମ ବିଜେତା ଘୋଷଣା ହେବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ୩ ଜୁଲାଇରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା।

ଫାଇନାଲରେ ରୁବାଲ ଶେଖୱାଟ ଏବଂ ଶିନାତା ଚୌହାନଙ୍କୁ କଡା ଟକ୍କର ଦେଇଥିଲେଲେ ସିନି ​​। ରାଜସ୍ଥାନର ରୁବାଲ ଶେଖୱାଟ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ଉତ୍ତରପ୍ରଦେଶର ଶିନାତା ଚୌହାନ ଦ୍ୱିତୀୟ ରନର୍ ଅପ୍ ଆଖ୍ୟା ପାଇଛନ୍ତି। ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟୀଙ୍କୁ ମାତ୍ର ୨୧ ବର୍ଷ ବୟସ । ସିନି ଶେଟ୍ଟୀ ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA କରୁଛନ୍ତି।

ମିସ୍ ଇଣ୍ଡିଆ ୱାର୍ଲ୍ଡ  ୨୦୨୨ରେ ଜଜ୍‌ ଭାବରେ ନେହା ଧୁପିଆ, ମଲାଇକା ଆରୋରା, ଡିନୋ ମୋରା, ଶମାକ ଡାବର ଉପସ୍ଥିତ ଥିଲେ। ଏହା ସହ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ନିଜର ସୁନ୍ଦର ଡ୍ୟାନ୍ସ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ବଲିଉଡର ସମସ୍ତ ସେଲିବ୍ରେଟମାନେ ମଧ୍ୟ ରେଡ କାର୍ପେଟରେ ନଜର ଆସିଥିଲେ।

Spread the love